ଭୁବନେଶ୍ୱରରେ ପେଟ୍ରୋଲ ଟ.୭୪ ତଳକୁ ଓ ଡିଜେଲ ଟ.୭୫ ତଳକୁ ଖସିଲା

ନୂଆଦିଲ୍ଲୀ : ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦-୪୧ ପଇସା ଓ ୪୫-୪୬ ପଇସା ହ୍ରାସ ପାଇଛି । ଏହାକୁ ମିଶାଇଲେ ଗତ ତିନିଦିନରେ ପେଟ୍ରୋଲ ଦର ୧ ଟଙ୍କା ୫୬ ପଇସା ଓ ଡିଜେଲ ୧ ଟଙ୍କା ୭୫ ପଇସା କମିଛି । ଗତ କାଲି ପେଟ୍ରୋଲ ଲିଟର ପିଛା ୩୨ ପଇସା ଓ ଡିଜେଲ ୪୦ ପଇସା କମିଥିଲା । ଭୁବନେଶ୍ୱରରେ ପେଟ୍ରୋଲ ଦର ୭୪ ଟଙ୍କା ତଳକୁ ଖସିଯାଇଥିବାବେଳେ ଡିଜେଲ ଦର ୭୫ ଟଙ୍କା ତଳକୁ ଖସିଯାଇଛି । ତେବେ ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୩.୭୫ ଓ ଡିଜେଲ ୭୪.୭୮ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ୟପକ୍ଷରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୪.୮୪ ଓ ଡିଜେଲ ଦର ଲିଟର ପିଛା ଟ.୬୯.୭୦ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୯.୦୪ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର