କ୍ରମାଗତ ୧୨ଶ ଦିନ ପାଇଁ କମିଲା ତେଲଦର, ଭୁବନେଶ୍ୱରରେ ଟ.୮୦ ତଳକୁ ଖସିଲା ଡିଜେଲ ଦର

ନୂଆଦିଲ୍ଲୀ : ସାମାନ୍ୟ ହେଲେ ମଧ୍ୟ, କ୍ରମାଗତ ୧୨ଶ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ରାଷ୍ଟ୍ରାୟତ ତେଲ କମ୍ପାନିମାନେ ଏହି ଦର ହ୍ରାସ କରିଛନ୍ତି । ପେଟ୍ରୋଲ ଦର ଲିଟର ପିଛା ୩୦ ପଇସା କମିଥିବାବେଳେ ଡିଜେଲ ଦର ଲିଟରପିଛା ୨୦ ପଇସା ହ୍ରାସ ପାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୯.୭୫ ଓ ଡିଜେଲ ଦର ଲିଟର ପିଛା ଟ.୭୩.୮୫ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦରତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୮.୬୦ ଓ ଡିଜେଲ ୭୯.୨୫ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । କେନ୍ଦ୍ର ସରକାର କିଛିଦିନତଳେ ତେଲ ଦର ୨ଟଙ୍କା ୫୦ ପଇସା କମାଇଥିଲେ ।

ସମ୍ବନ୍ଧିତ ଖବର