କ୍ରମାଗତ ୧୪ ଦିନ ପାଇଁ ତେଲଦର ହ୍ରାସ, ପେଟ୍ରୋଲ ୧୫ ପଇସା ଓ ଡିଜେଲ ୧୦ ପଇସା କମିଲା

ନୂଆଦିଲ୍ଲୀ : କ୍ରମାଗତ ୧୪ ତମ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ ଆଜି ପେଟ୍ରୋଲ ୧୫ ପଇସା ଓ ଡିଜେଲ ୧୦ପଇସା ହ୍ରାସ କରିଛି ।¬

ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୬ ଟଙ୍କା ୪୩ ପଇସା ଓ ଡିଜେଲ ଦର ୬୭ ଟଙ୍କା ୮୫ ପଇସାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୪ ଟଙ୍କା ୨୬ ପଇସା ଓ ଡିଜେଲ ୭୨ ଟଙ୍କା ୨୪ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ୨୫ ପଇସା ଓ ଡିଜେଲ ୭୨ ଟଙ୍କା ୭୩ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ତେବେ ଏହାକୁ ନେଇ ସାରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ ୭୬.୬୪ ଡଲାର ରହିଛି । କିଛିଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଦୀର୍ଘ ମିଆଦୀ ଭିତ୍ତିରେ ପେଟ୍ରୋଲ ଓ ଡିଜେଲ ଜିଏସଟି ଅଧିନକୁ ଆସିବାର ଆଶା ରହିଛି ।

ସମ୍ବନ୍ଧିତ ଖବର