ଆଜିର ତେଲଦର : ପେଟ୍ରୋଲ ୩୫-୩୭ ପଇସା ଓ ଡିଜେଲ ୪୧-୪୩ ପଇସା କମିଲା

ନୂଆଦିଲ୍ଲୀ : ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୩୫-୩୭ ପଇସା ଓ ୪୧-୪୩ ପଇସା ହ୍ରାସ ପାଇଛି । ଗତ କାଲି ପେଟ୍ରୋଲ ଲିଟର ପିଛା ୪୦-୪୧ ପଇସା ଓ ଡିଜେଲ ୪୫-୪୬ ପଇସା କମିଥିଲା । ଭୁବନେଶ୍ୱରରେ ପେଟ୍ରୋଲ ଦର ୭୪ ଟଙ୍କା ତଳକୁ ଖସିଯାଇଥିବାବେଳେ ଡିଜେଲ ଦର ୭୫ ଟଙ୍କା ତଳକୁ ଖସିଯାଇଛି । ତେବେ ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୩.୪୦ ଓ ଡିଜେଲ ଟ. ୭୪.୩୪ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ୟପକ୍ଷରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୪.୪୯ ଓ ଡିଜେଲ ଦର ଲିଟର ପିଛା ଟ.୬୯.୨୯ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ବ୍ରେଣ୍ଟ କ୍ରୁଡ ମୂଲ୍ୟ ବିଗତ ଏକ ବର୍ଷ ମଧ୍ୟରେ ବ୍ୟାରେଲ ପିଛା ସର୍ବନିମ୍ନ ୫୯.୭୯ ଡଲାରକୁ ହ୍ରାସ ପାଇଛି । ସେହିପରି ଇଣ୍ଡିଆନ ବାସ୍କେଟର ମୂଲ୍ୟ ମଧ୍ୟ ଏକ ବର୍ଷରେ ସର୍ବନିମ୍ନ ୬୨.୪୯ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର