ଆଜି ପୁଣି କମିଲା ତେଲଦର, ପେଟ୍ରୋଲ ୩୯ ପଇସା ଓ ଡିଜେଲ ୧୨ ପଇସା ହ୍ରାସ

ନୂଆଦିଲ୍ଲୀ : କ୍ରମାଗତ ୨ୟ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ରାଷ୍ଟ୍ରାୟତ ତେଲ କମ୍ପାନିମାନେ ଏହି ଦର ହ୍ରାସ କରିଛନ୍ତି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୩୯ ପଇସା କମିଥିବାବେଳେ ଡିଜେଲ ଦର ଲିଟରପିଛା ୧୨ ପଇସା ହ୍ରାସ ପାଇଛି । ଏହା ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୮୧.୯୯ ଓ ଡିଜେଲ ଦର ଲିଟର ପିଛା ଟ.୭୫.୩୬ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦରତାଲିକାରେ କୁହାଯାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୮୦.୮୨ ଓ ଡିଜେଲ ୮୦.୮୮ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାବେଳେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଚାଲିଛି । ଏହା ଫଳରେ ଦେଶରେ ତେଲଦର ବଢୁଛି । କେନ୍ଦ୍ର ସରକାର କିଛିଦିନତଳେ ତେଲ ଦର ୨ଟଙ୍କା ୫୦ ପଇସା କମାଇଥିଲେ । ଗତକାଲି ପେଟ୍ରୋଲ ଲିଟର ପିଛା ୨୪ ପଇସା ଓ ଡିଜେଲ ୧୦ ପଇସା ହ୍ରାସ ପାଇଥିଲା ।

ସମ୍ବନ୍ଧିତ ଖବର