ଆଜି ଭୁବନେଶ୍ୱରେ ପେଟ୍ରୋଲ ଦର : ବର୍ଷର ସର୍ବନିମ୍ନ ଦର ସହ ସମାନ ହେଲା

ନୂଆଦିଲ୍ଲୀ : ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୨୦-୨୧ ପଇସା ଓ ଡିଜେଲ ଲିଟର ପିଛା ୧୮-୧୯ ପଇସା ହ୍ରାସ ପାଇଛି । ଏହା ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଟ.୬୮.୮୫ ଓ ଡିଜେଲ ଟ. ୬୮.୪୦ ରେ ବିକ୍ରି ହେଉଛି । କିନ୍ତୁ ମଜାଦାର କଥା ହେଉଛି ଭୁବନେଶ୍ୱରରେ ୨୦୧୮ ଆରମ୍ଭରେ ଅର୍ଥାତ ଜାନୁୟାରୀ ୧ରେ ମଧ୍ୟ ପେଟ୍ରୋଲ ଦର ଟ.୬୮.୮୫ ଥିଲା । ଅର୍ଥାତ ଭୁବନେଶ୍ୱରରେ ବି ଆଜି ପେଟ୍ରୋଲ ଦର ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୭୦ ଟଙ୍କା ତଳକୁ ଖସିଯିବା ସହ ୨୦୧୮ର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।  ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୮୬ରେ ପହଞ୍ଚିଛି । ପୂର୍ବରୁ ଗତ ଜାନୁୟାରୀ ମାସରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୯୭ ଥିଲା । ଅନ୍ୟପକ୍ଷରେ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ଟ.୬୩.୮୩ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୪.୧୦ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୪.୨୪ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର