୫ ଦିନର ବ୍ୟବଧାନ ପରେ ପୁଣି ବଢିଲା ତେଲଦର, ଭୁବନେଶ୍ବରରେ ୮୫, ମାଲକାନଗିରିରେ ୯୦ ଟପିଲା ପେଟ୍ରୋଲ

ନୂଆଦିଲ୍ଲୀ : ୫ ଦିନର ବ୍ୟବଧାନ ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଆଜି ତୈଳ ମାର୍କେଟିଂ କମ୍ପାନିମାନେ ପେଟ୍ରୋଲ ଦର ୨୫ ପଇସା ଓ ଡିଜେଲ ଦର ୨୭ ପଇସା ବୃଦ୍ଧି ପାଇଛି  । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଥିବା କୁହାଯାଉଛି ।

ଆଜିର ଦରବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୮୫.୧୧ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ଟ.୮୧.୩୧ରେ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୦.୧୫ ଓ ଡିଜେଲ ଟ.୮୬.୧୯ରେ ବିକ୍ରି ହେଉଛି ।  ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୫.୭୦ ଓ ଡିଜେଲ ଟ. ୮୧.୯୦, ବାଲେଶ୍ବରରେ ପେଟ୍ରୋଲ ଟ.୮୫.୧୧ ଓ ଡିଜେଲ ଟ.୮୦.୭୫ରେ ବିକ୍ରି ହେଉଛି ।

ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୮୪.୮୫ ଓ ଡିଜେଲ ଲିଟର ପିଛା ଟ.୭୪.୬୩ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।

ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତେଲ ମୂଲ୍ୟ ଗତ ୧୧ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହା ଫଳରେ ଭାରତରେ ତେଲଦର ବଢୁଛି । ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୭.୨୫ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୫.୧୯ ଡଲାରକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର