କ୍ରମାଗତ ୬ଷ୍ଠ ଦିନ ପାଇଁ କମିଲା ତେଲଦର, ପେଟ୍ରୋଲ ୧୦ ପଇସା ଓ ଡିଜେଲ ୭ ପଇସା ହ୍ରାସ

ନୂଆଦିଲ୍ଲୀ : ସାମାନ୍ୟ ହେଲେ ମଧ୍ୟ, କ୍ରମାଗତ ୬ଷ୍ଠ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ରାଷ୍ଟ୍ରାୟତ ତେଲ କମ୍ପାନିମାନେ ଏହି ଦର ହ୍ରାସ କରିଛନ୍ତି । ପେଟ୍ରୋଲ ଦର ଲିଟର ପିଛା ୧୦ ପଇସା କମିଥିବାବେଳେ ଡିଜେଲ ଦର ଲିଟରପିଛା ମାତ୍ର ୭ ପଇସା ହ୍ରାସ ପାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୮୧.୩୪ ଓ ଡିଜେଲ ଦର ଲିଟର ପିଛା ଟ.୭୪.୮୫ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦରତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୮୦.୧୭ ଓ ଡିଜେଲ ୮୦.୩୩ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । କେନ୍ଦ୍ର ସରକାର କିଛିଦିନତଳେ ତେଲ ଦର ୨ଟଙ୍କା ୫୦ ପଇସା କମାଇଥିଲେ ।

ସମ୍ବନ୍ଧିତ ଖବର