ଆଗକୁ ପେଟ୍ରୋଲ, ଡିଜେଲ ଦର କମିବ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି  । ଇଣ୍ଡିଆନ ଅଏଲ ପକ୍ଷରୁ ପେଟ୍ରୋଲ ଲିଟର ପିଛା  ୯ରୁ ୧୩ ପଇସା ଓ ଡିଜେଲ ଲିଟର ପିଛା ୭ରୁ ୧୨ ପଇସା ହ୍ରାସ ପାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୫.୯୩ ପଇସା, ମୁମ୍ବାଇରେ (୧୩ ପଇସା ହ୍ରାସ) ୮୩.୬୧ ପଇସାକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ  ପେଟ୍ରୋଲ ଦର ୭୪.୭୬ ଟଙ୍କାକୁ ହ୍ରାସ ପାଇଛି ।  ସେହିପରି ଦିଲ୍ଲୀରେ ଡିଜେଲ ଦର ୬୭.୬୧ ଟଙ୍କା , ମୁମ୍ବାଇରେ ୭୧.୮୭ ଟଙ୍କା ଓ  ଭୁବନେଶ୍ୱରରେ ୭୨.୪୭ ଟଙ୍କାକୁ ହ୍ରାସ ପାଇଛି । ଗତ କାଲି ମଧ୍ୟ ପେଟ୍ରୋଲ ଦର ୧୪ ପଇସା କମିଥିଲା ।

ତେବେ ଆଗାମୀ ଦିନରେ ତେଲ ଦର ଆହୁରି ହ୍ରାସ ପାଇବାର ଆଶା ସୃଷ୍ଟି ହୋଇଛି । ଏହାର କାରଣ ହେଉଛି ଅଷ୍ଟ୍ରିଆର ଭିଏନାଠାରେ ଚାଲିଥିବା ଓପେକ ଓ ଅଣ-ଓପେକ ଦେଶମାନଙ୍କ ସମ୍ମିଳନୀରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁସାରେ ଓପେକ ଓ ଅଣ-ଓପେକ ଦେଶମାନେ ମିଳିତଭାବେ ଦୈନିକ ଅଶୋଧିତ ତୈଳ ଉତ୍ପାଦନ ୧୦ ଲକ୍ଷ ବ୍ୟାରେଲ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି । ଏହା ଫଳରେ ବିଶ୍ୱ ବଜାରରେ ତେଲର  ଉପଲବ୍ଧତା ବଢିବ ଓ ଦର କମିବ ।

ଏହି ଖବର ଆସିବା ପରେ  ଇଣ୍ଡିଆନ ବାସ୍କେଟ କ୍ରୁଡ ଅଏଲ ମୂଲ୍ୟ ବ୍ୟାରେଲ ପିଛା ୧.୪୨ ଡଲାର ହ୍ରାସ ପାଇ ୭୧.୬୧ ଡଲାରରେ ପହଞ୍ଚିଛି । ଠିକ ମାସକ ତଳେ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୭୮.୧ ଡଲାର ଥିଲା । ଆଗକୁ ଏହା ଆହୁରି କମିବାର ଆଶା କରାଯାଉଛି । ଏହା ହେଲେ ସରକାରଙ୍କ ମୁଣ୍ଡବ୍ୟଥା ହ୍ରାସ ପାଇବ ।

ସମ୍ବନ୍ଧିତ ଖବର