ନୂଆଦିଲ୍ଲୀ : ଗତ ମାସରେ କ୍ରମାଗତ ତେଲଦର ବୃଦ୍ଧି ସାଧାରଣ ଲୋଙ୍କୁ ଚିନ୍ତାରେ ପକାଇଥିଲା । କିନ୍ତୁ ଆଶ୍ବସ୍ତିର କଥା ହେଉଛି ଦେଶରେ ଗତ ୧୪ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି ।

Advertisment

ଶେଷଥର ପାଇଁ ଗତ ଫେବ୍ରୁଆରି ୨୭ ତାରିଖରେ ପେଟ୍ରୋଲ ଓ ଡି଼ଜେଲ ଦରବୃଦ୍ଧି ହୋଇଥିଲା ।  ସେହିଦିନ ପେଟ୍ରୋଲ ଲିଟରପିଛା ୨୪ ପଇସା ଓ ଡିଜେଲ ଲିଟର ପିଛା ୧୫ ପଇସା ବଢିଥିଲା । ଭୁବନେଶ୍ବରରେ ଏବେ ପେଟ୍ରୋଲ ଲିଟର ପିଛା ଟ.୯୧.୯୦ ଓ ଡିଜେଲ ଟ.୮୮.୭୯ରେ ବିକ୍ରି ହେଉଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ଟ.୯୬.୫୫ ଓ ଡିଜେଲ ଟ.୯୩.୩୦ରେ ବିକ୍ରି ହେଉଛି । ସମ୍ବଲପୁରରେ  ପେଟ୍ରୋଲ ଟ.୯୨.୪୬ ଓ ଡିଜେଲ ଟ.୮୯.୩୫ରେ ବିକ୍ରି ହେଉଛି ।

ଆଶ୍ଚର୍ଯ୍ୟର ବିଷୟ ହେଉଛି ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଥିଲେ ମଧ୍ୟ ଦେଶରେ ତେଲ ଦରବୃଦ୍ଧି ଅଟକି ଯାଇଛି । ବ୍ରେଣ୍ଟ କ୍ରୁଡ ଅଏଲ ଏବେ ବ୍ୟାରେଲ ପିଛା ୬୯.୨୨ ଡଲାରରେ ପହଞ୍ଚିଛି । ମାସ ଆରମ୍ଭରେ ଏହା ୫୦ ଡଲାର ପାଖାପାଖି ଥିଲା । ସେହିପରି ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୭.୩୮ ଡଲାରରେ ପହଞ୍ଚିଛି ।

ଓପେକ ଦ୍ବାରା ତେଲ ଉତ୍ପାଦନକୁ ସୀମିତ ରଖାଯିବା ଓ ସାଉଦି ଆରବ ଉପରେ ଆତଙ୍କବାଦୀ ଆକ୍ରମଣପରେ ବିଶ୍ବ ବଜାରରେ ତେଲଦର ହଠାତ ବୃଦ୍ଧି ପାଇଛି ।