ମଙ୍ଗଳବାର ପେଟ୍ରେଲ ଦର ଅପରିବର୍ତ୍ତିତ, ଡିଜେଲ ୧୬ ପଇସା କମିଲା 

ନୂଆଦିଲ୍ଲୀ : ଗତ ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଡିଜେଲ ଦର ହ୍ରାସ ପାଇଛି । ମଙ୍ଗଳବାର ଅର୍ଥାତ ଜୁଲାଇ ୧୩ରେ ଡିଜେଲ ଲିଟର ପିଛା ୧୬ ପଇସା କମିଛି । ତେବେ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି ।

ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୧୯ ଓ ଡିଜେଲ ଲିଟର ପିଛା ୮୯.୭୨ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୭.୨୪ ଓ ଡିଜେଲ ଲିଟର ପିଛା ୯୭.୩୩ରେ ବିକ୍ରି ହେଉଛି ।

ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୧୦୨.୦୧ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ଟ.୯୭.୭୮ରେ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୧୦୭.୦୭ ଓ ଡିଜେଲ ଟ.୧୦୨.୬୮ରେ ବିକ୍ରି ହେଉଛି ।  ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ. ୧୦୨.୬୦ ଡିଜେଲ ଟ.୯୮.୩୭ ବିକ୍ରି ହେଉଛି । ବାଲେଶ୍ବରରେ ୧୦୨.୦୦ ଓ ଡିଜେଲ ଟ.୯୭.୭୯ରେ ବିକ୍ରି ହେଉଛି ।

 

ସମ୍ବନ୍ଧିତ ଖବର