ଗତ ଏକ ସପ୍ତାହ ହେଲା ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଦର

ନୂଆଦିଲ୍ଲୀ : ଶନିବାରଦିନ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଆଜିକୁ ମିଶାଇ ଗତ ୭ ଦିନ ହେଲା ଦେଶରେ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି । ଶେଷଥର ପାଇଁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିଲା ।

ଏକ ସପ୍ତାହ ଧରି ବୃଦ୍ଧି ପାଇନଥିଲେ ବି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ଉଚ୍ଚତାରେ ରହିଛି । ଇଣ୍ଡିଆଲ ଅଏଲ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୮୪ ଓ ଡିଜେଲ ଲିଟର ପିଛା ୮୯.୮୭ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୭.୮୩ ଓ ଡିଜେଲ ଲିଟର ପିଛା ୯୭.୪୫ରେ ବିକ୍ରି ହେଉଛି । ଓଡ଼ିଶାର ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୬୬ ରେ ଓ ଡିଜେଲ ଟ. ୯୭.୯୫ରେ ବିକ୍ରିହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ମାଲକାନଗିରିରେ ପେଟ୍ରୋଲ ଟ.୧୦୭.୭୩ ଓ ଡିଜେଲ ଟ. ୧୦୨.୮୬ ରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ. ୧୦୩.୨୬ ଡିଜେଲ ଟ.୯୮.୯୫ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର