କ୍ରମାଗତ ୪ର୍ଥ ଦିନ ପାଇଁ ତେଲ ଦର ଅପରିବର୍ତ୍ତିତ, ଆଗକୁ କମିବା ସମ୍ଭାବନା

ନୂଆଦିଲ୍ଲୀ  : କ୍ରମାଗତ ୪ର୍ଥ ଦିନ ପାଇଁ ତେଲଦର ଅପରିବର୍ତ୍ତିତ ରହିଛି । ଗତ ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ତେଲ ଦର ବଢିନାହିଁ, ବରଂ କମିଛି ।

ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ.୯୦.୫୬ ଓ ଡିଜେଲ ଲିଟର ପିଛା ଟ.୮୦.୮୭ରେ ବିକ୍ରି ହେଉଛି । ସେହିପରି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଟ.୯୧.୨୮ ରେ ଓ ଡିଜେଲ ଦର ଟ.୮୮.୧୩ରେ ସ୍ଥିର ରହିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୫.୯୪ ଓ ଡିଜେଲ ଟ.୯୨.୬୪ରେ ବିକ୍ରି ହେଉଛି ।  ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୯୧.୮୪ ଓ ଡିଜେଲ ଟ. ୮୮.୬୯ରେ ବିକ୍ରି ହେଉଛି ।

ଗତ ଏପ୍ରିଲ ୧ରେ ହୋଇଥିବା ଓପେକ୍ ଦେଶମାନଙ୍କ ସମ୍ମିଳନୀରେ ଆସନ୍ତା ମେ ମାସଠାରୁ ତେଲ ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯିବା ପରେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଆଗକୁ କମିବାର ସମ୍ଭାବନା ରହିଛି । ଏପରି ହେଲେ ଭାରତୀୟ ବଜାରରେ ମଧ୍ୟ ତେଲଦର କମିବ । ସେହିପରି ଭାରତ ଯଦି ଇରାନରୁ ପୁଣି ତେଲ କ୍ରୟ ଆରମ୍ଭ କରେ ତେବେ ବି ଭାରତରେ ଦର କମିବ । କାରଣ ଇରାନ ଭାରତକୁ ଶସ୍ତା ଦରରେ ତେଲ ଯୋଗାଇଥାଏ ।

ସମ୍ବନ୍ଧିତ ଖବର