ଦେଶରେ ଗତ ୧୭ ଦିନ ହେଲା ଅପରିବର୍ତ୍ତିତ ରହିଛି ତେଲଦର

ନୂଆଦିଲ୍ଲୀ : ମଙ୍ଗଳବାରଦିନ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଆଜିକୁ ମିଶାଇ ଗତ ୧୭ ଦିନ ହେଲା ଦେଶରେ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି । ଶେଷଥର ପାଇଁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିଲା ।

ବିଶ୍ବ ବଜାରରେ ଗତ କିଛି ଦିନ ହେଲା ତେଲଦର ଉପରତଳ ହେଉଛି । ଏହି କାରଣରୁ ଏବେ ତେଲ କମ୍ପାନିମାନେ ଦରବୃଦ୍ଧି ନକରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଉପରେ ନଜର ରଖିଛନ୍ତି । ବ୍ରେଣ୍ଟ କ୍ରୁଡ ଗତକାଲି ବ୍ୟାରେଲ ପିଛା ୭୨ ଡଲାରକୁ କମିବା ପରେ ଆଜି ୭୩.୫୪ ଡଲାରକୁ ବୃଦ୍ଧି ପାଇଛି । ଇଣ୍ଡିଆନ ବାସ୍କେଟ କ୍ରୁଡ ମୂଲ୍ୟ ଗତ ଜୁଲାଇ ୨୧ରେ ବ୍ୟାରେଲ ପିଛା ୬୯.୫୪ ଡଲାରକୁ କମିବା ପରେ ଏବେ ପୁଣି ୭୪ ଡଲାରକୁ ବୃଦ୍ଧି ପାଇଛି । ଏଣୁ ଏହି ବୃଦ୍ଧି ହାର ଜାରି ରହିଲେ ଭାରତରେ ତେଲ କମ୍ପାନିମାନେ ପୁଣି ଦରବୃଦ୍ଧି କରିପାରନ୍ତି ।

ଇଣ୍ଡିଆଲ ଅଏଲ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୮୪ ଓ ଡିଜେଲ ଲିଟର ପିଛା ୮୯.୮୭ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୭.୮୩ ଓ ଡିଜେଲ ଲିଟର ପିଛା ଟ.୯୭.୪୫ରେ ବିକ୍ରି ହେଉଛି । ଓଡ଼ିଶାର ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୬୬ ରେ ଓ ଡିଜେଲ ଟ. ୯୭.୯୫ରେ ବିକ୍ରିହେଉଛି ।

ସମ୍ବନ୍ଧିତ ଖବର