ପେଟ୍ରୋଲ, ଡିଜେଲ ଦର ୩୫ ପଇସା ବଢିଲା; ଭୁବନେଶ୍ବରରେ ୮୩ ଟପିଲା ଡିଜେଲ

ଭୁବନେଶ୍ବର :  ଆଜି ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଦେଶବ୍ୟାପି ପେଟ୍ରୋଲ ଟାଙ୍କିଗୁଡ଼ିକ ବନ୍ଦ ରହିଛି । ଏହା ସତ୍ତ୍ବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି ।

ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୮୬.୦୫ ଓ ଡିଜେଲ ଲିଟର ପିଛା ଟ.୭୬.୨୩ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୬. ୭୩ ଓ ଡିଜେଲ ଟ. ୮୩.୦୬ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୧.୭୭ ଓ ଡିଜେଲ ଟ.୮୭.୯୪ରେ ବିକ୍ରି ହେଉଛି ।  ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୭.୩୨ ଓ ଡିଜେଲ ଟ. ୮୩.୬୬, ବାଲେଶ୍ବରରେ ପେଟ୍ରୋଲ ଟ.୮୬.୭୩ ଓ ଡିଜେଲ ଟ.୮୩.୦୮ରେ ବିକ୍ରି ହେଉଛି ।

କିଛି ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବଢୁଥିବାରୁ ଦେଶରେ ତେଲ କମ୍ପାନିମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଚାଲିଛନ୍ତି ।

ସମ୍ବନ୍ଧିତ ଖବର