ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର ; ଭୁବନେଶ୍ବର ଦର କେତେ ଜାଣନ୍ତୁ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ୪ର୍ଥ ଥର ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଯ଼ଥାକ୍ରମେ ୨୯ ପଇସା ଓ ୩୪ ପଇସା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଦେଶର କେତେକ ରାଜ୍ୟ ଯ଼େପରିକି ରାଜସ୍ଥାନ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ପେଟ୍ରୋଲ ଦର ୧୦୦ ଟପିଯ଼ାଇଛି ।

ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ.୯୨.୩୪ ଓ ଡିଜେଲ ଲିଟର ପିଛା ଟ.୮୨.୯୫ରେ ବିକ୍ରି ହେଉଛି । ସେହିପରି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୩.୦୪ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ଟ.୯୦.୩୭ରେ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ .୯୮.୧୧ ଓ ଡିଜେଲ ଟ. ୯୫.୨୮ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୯୩.୬୪ ଓ ଡିଜେଲ ଟ ୯୦.୯୭ ରେ ବିକ୍ରି ହେଉଛି ।

ଗତ ୪ ତାରିଖରୁ ଏପର୍ୟ଼୍ୟନ୍ତ ପେଟ୍ରୋଲ ମୋଟ ଟ.୧.୯୫ ପଇସା ଓ ଡିଜେଲ ଟ.୨.୨୨ ପଇସା ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର