ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ବର : ଦେଶରେ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢିଚାଲିଛି । ରବିବାରଦିନ ପେଟ୍ରୋଲ ଲିଟର ପିଛା ୨୭ ପଇସା ଓ ଡିଜେଲ ୨୯ ପଇସା ବୃଦ୍ଧି କରିଛନ୍ତି । ଏହାକୁ ମିଶାଇ ଗତ ୩୪ ଦିନରେ ଅର୍ଥାତ ମେ ୪ ପରଠାରୁ ତେଲ ଦର ୧୯ ଥର ବଢିଲାଣି । ଏହି ୧୯ ଥରରେ ପେଟ୍ରୋଲ ମୋଟ ୪ ଟଙ୍କା ୬୩ ପଇସା ଓ ଡିଜେଲ ୫ ଟଙ୍କା ୨୨ ପଇସା ମହଙ୍ଗା ହୋଇଛି ।

ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୫.୦୩ ଓ ଡିଜେଲ ଲିଟର ପିଛା ୮୫.୯୫ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୧.୨୫ ଓ ଡିଜେଲ ଲିଟର ପିଛା ୯୩.୩୦ରେ ବିକ୍ରି ହେଉଛି ।
ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୫.୪୯ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ଟ.୯୩.୩୪ରେ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି ।

ସମ୍ବନ୍ଧିତ ଖବର