ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ବର : ମଙ୍ଗଳବାର ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨୮ ପଇସା ଓ ଡିଜେଲ ଲିଟର ପିଛା ୨୬ରୁ ୨୮ ପଇସା ବୃଦ୍ଧି ପାଇଛି ।
ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୭.୫୦ ଓ ଡିଜେଲ ଲିଟର ପିଛା ୯୮.୨୩ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୩.୬୩ ଓ ଡିଜେଲ ଲିଟର ପିଛା ୯୫.୭୨ରେ ବିକ୍ରି ହେଉଛି ।
ଅନ୍ୟପକ୍ଷରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୮.୨୭ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୬.୧୫ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି ।

ସମ୍ବଲପୁରରେ ପେଟ୍ରୋଲ ଟ.୯୮.୮୬ ଓ ଡିଜେଲ ଟ.୯୬.୭୫ରେ ବିକ୍ରି ହେଉଛି । ମାଲକାନଗିରିରେ ପେଟ୍ରୋଲ ଟ.୧୦୩.୩୪ ଓ ଡିଜେଲ ୧୦୧.୦୬ରେ ବିକ୍ରି ହେଉଛି । ସେହିପରି ବାଲେଶ୍ବରରେ ପେଟ୍ରୋଲ ଟ. ୯୮.୨୬ ଓ ଡିଜେଲ ଟ.୯୬.୧୭ରେ ବିକ୍ରି ହେଉଛି । କୋରାପୁଟରେ ପେଟ୍ରୋଲ ଟ.୧୦୨.୫୮ ଓ ଡିଜେଲ ଟ. ୧୦୦.୩୩ରେ ବିକ୍ରି ହେଉଛି । କଳାହାଣ୍ଡିରେ ପେଟ୍ରୋଲ ଟ.୧୦୦.୯୫ରେ ଓ ଡିଜେଲ ଟ. ୯୮.୭୬ ରେ ବିକ୍ରି ହେଉଛି ।

 

ସମ୍ବନ୍ଧିତ ଖବର