ଗତ ଦୁଇଦିନରେ ପେଟ୍ରୋଲ ୮୩ ପଇସା, ଡିଜେଲ ୮୯ ପଇସା କମିଛି

ନୂଆଦିଲ୍ଲୀ : ଗତକାଲିର ବଡ଼ ହ୍ରାସ ପରେ ଆଜି ମଧ୍ୟ ତେଲଦର କମିଛି । ଆଜି ପେଟ୍ରୋଲ ଲିଟର ପିଛା ୪୦ ପଇସା ଓ ଡିଜେଲ ୪୧ ପଇସା କମିଛି । ଏହାକୁ ମିଶାଇଲେ ଗତ ଦୁଇଦିନରେ ପେଟ୍ରୋଲ ଦର ୮୩ ପଇସା ଓ ଡିଜେଲ ୮୯ ପଇସା କମିଛି । ଗତ କାଲି ପେଟ୍ରୋଲ ଲିଟର ପିଛା ୪୩ ପଇସା ଓ ଡିଜେଲ ୪୮ ପଇସା ହ୍ରାସ ପାଇଥିଲା ।

ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୫.୫୭ ଓ ଡିଜେଲ ଦର ଲିଟର ପିଛା ଟ.୭୦.୫୬ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଦର ୭୫ ଟଙ୍କା ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୪.୪୭ ଓ ଡିଜେଲ ୭୫.୭୧ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ତର୍ଜାତୀୟ ବଜାରରେ ଆଜି ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୧.୨୮ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୨.୪୯ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର