ବଜାରରେ ଦେଶର ଦ୍ରୁତତମ ଇଲେକଟ୍ରିକ୍‌ ସ୍କୁଟର ‘ପ୍ରେଜ୍‌’

ନୂଆଦିଲ୍ଲୀ: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଇଲେକ୍‌ଟ୍ରିକ୍‌ ସ୍କୁଟର କମ୍ପାନି ଓକିନାଓ୍ଵା ନିଜର ୨ୟ ଇଲେକଟ୍ରିକ୍‌ ସ୍କୁଟର ମଡେଲ ପ୍ରେଜ୍‌ ବଜାରକୁ ଛାଡ଼ିଛି । ଏହାର ମୂଲ୍ୟ ରହିଛି ୫୯,୮୮୯ ଟଙ୍କା (ଏକ୍ସ ଶୋରୁମ ଦିଲ୍ଲୀ) । କମ୍ପାନିର ପ୍ରଥମ ମଡେଲର ନାଁ ଥିଲା ରିଜ୍‌ । ଏହାକୁ ଭାରତର ସବୁଠାରୁ ଅଧିକ ବେଗରେ ଯାଉଥିବା ଇଲେକଟ୍ରିକ୍‌ ସ୍କୁଟର ବୋଲି କୁହାଯାଉଛି ।

ତେବେ ରିଜ୍‌ ତୁଳନାରେ ପ୍ରେଜ୍‌ ଅଧିକ ଶକ୍ତିଶାଳୀ ଓ ଏହାର ପ୍ରଦର୍ଶନ ଭଲ ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଉଛି । ଏହାର ସମ୍ମୁଖଭାଗରେ ଏଲଇଡି ହେଡଲାଇଟ୍‌ ଲାଗିଛି । ଏହି ସ୍କୁଟରରେ ଲାଗିଛି ୧୦୦୦ ଓ୍ଵାଟ୍‌ର ଇଲେକଟ୍ରିକ ମୋଟର ଲାଗିଛି ଯାହାକି ୩.୩୫ ବିଏଚପି ଶକ୍ତି ଉତ୍ପନ୍ନ କରିଥାଏ । ଏହାର ଟପ୍‌ ସ୍ପିଡ୍‌ ଘଣ୍ଟା ପ୍ରତି ୭୫ କିଲୋମିଟର ରହିବ, ଯାହିକି ଏହି ସ୍କୁଟରକୁ ଭାରତରେ ଦ୍ରୁତତମଇଲେକଟ୍ରିକ୍‌ ସ୍କୁଟର ମାନ୍ୟତା ଦେଉଛି । ଏହି ସ୍କୁଟର ଥରେ ଫୁଲ ଚାର୍ଜ ହେଲେ ୧୭୫ରୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏବେ ଏହି ସ୍କୁଟରରେ ଲିଡ୍‌ ଏସିଡ୍‌ ବ୍ୟାଟେରୀ ଲାଗିଛି, ଯାହାକି ଚାର୍ଜ ହେବାକୁ ୫ରୁ ୬ ଘଣ୍ଟା ଲାଗିଥାଏ । କିନ୍ତୁ ଆଗାମୀ ଦିନରେ କମ୍ପାନି ଲିଥିୟମ-ଆୟନ ଭର୍ସନ ବ୍ୟାଟେରୀ ଲଗାଇବ । ଏହି ବ୍ୟାଟେରୀ ମାତ୍ର ୨ ଘଣ୍ଟାରେ ଫୁଲ୍‌ ଚାର୍ଜ ହେବ ।

ଦେଶରେ ପରିବେଶ ପ୍ରଦୂଷଣ ସମସ୍ୟା ବଢିଚାଲିଥିବାରୁ ସରକାର ଏବେ ଇଲେକଟ୍ରିକ ଗାଡିକୁ ପ୍ରେତ୍ସାହିତ କରୁଛନ୍ତି । ଆଗାମୀ ୨୦୩୦ ସୁଦ୍ଧା ଦେଶରେ କେବଳ ଇଲେକଟ୍ରିକ୍‌ ଗାଡ଼ି ଚଳାଇବାକୁ ଅନୁମତି ଦିଆଯିବ । ଏହାକୁ ଦୃଷ୍ଟିରେ ରଖି କମ୍ପାନି ମାନେ ଏବେ ଅଧିକରୁ ଅଧିକ ଇଲେକଟ୍ରିକ୍‌ ଗାଡି ମଡେଲ ବଜାରକୁ ଛାଡ଼ୁଛନ୍ତି ।

ସମ୍ବନ୍ଧିତ ଖବର