ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକ୍ ମଙ୍ଗଳବାର ଦୁଇଟି ନୂଆ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି। ପ୍ରଥମ ଥର ପାଇଁ ଓଲା ନିଜ ସ୍କୁଟରରେ ପୋର୍ଟେବଲ ବ୍ୟାଟେରୀ ବିକଳ୍ପ ଦେଇଛି । ହୋଣ୍ଡା ଆକ୍ଟିଭା ଇଭି ଲଞ୍ଚ ହେବାର ଗୋଟିଏ ଦିନ ପୂର୍ବରୁ ଏହି ସ୍କୁଟର ଆସିଛି, ଯାହା ଏହାର ସ୍କୁଟରରେ ଏକ ପୋର୍ଟେବଲ ବ୍ୟାଟେରୀ ବିକଳ୍ପ ସହିତ ଆସୁଛି । ତେବେ ଓଲାର ଏହି ସ୍କୁଟରର ମୂଲ୍ୟ ବେଶ ଆକର୍ଷଣୀୟ ରହିଛି ।
ଓଲା ଗିଗ୍ ରେଞ୍ଜର ମୂଲ୍ୟ ଆକର୍ଷଣୀୟ ରହିଛି । ଓଲା ଗିଗର ମୂଲ୍ୟ ୩୯,୯୯୯ ଟଙ୍କା ଥିବାବେଳେ ଓଲା ଗିଗ ପ୍ଲସର ମୂଲ୍ୟ ୪୯,୯୯୯ ଟଙ୍କା ରହିଛି । ଗିଗ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଚାଲିପାରିବ ଓ ଗିଗ୍ ପ୍ଲସ ଘଣ୍ଟା ପ୍ରତି ୪୫ କିଲୋମିଟର ବେଗରେ ଚାଲିପାରିବ ।

ଓଲା ଇଲେକ୍ଟ୍ରିକ୍ ଏହି ରେଞ୍ଜକୁ 'ଗିଗ୍ ୱାର୍କର୍ସ' ରେଞ୍ଜ ବୋଲି କହିଛି। ଦେଶରେ ଜୋମାଟୋ, ସ୍ୱିଗି, ଜେପ୍ଟୋ, ବିଗ୍ ବାସ୍କେଟ୍, ଆମାଜନ, ଫ୍ଲିପକାର୍ଟ ଭଳି ଆପ୍ ପାଇଁ ଡେଲିଭରି ବୟ ଭାବେ କାମ କରୁଥିବା ଗିଗ୍ ୱାର୍କର୍ସଙ୍କୁ କୁହାଯାଏ। ଏହି ସ୍କୁଟରର ଶୁଭାରମ୍ଭ ଘୋଷଣା କରି ଓଲା ଇଲେକ୍ଟ୍ରିକ୍ ସିଇଓ ଭାବିଶ ଅଗ୍ରଓ୍ଵାଲ 'ଏକ୍ସ'ରେ ଟୁଇଟ୍ କରି କହିଛନ୍ତି ଯେ ଏହି ଇଲେକ୍ଟ୍ରିକ୍ ସ୍କୁଟର ସୁଲଭ, ସୁଲଭ ହେବ। ଏଥିସହିତ ଏଥିରେ ଏକ ପୋର୍ଟେବଲ୍ ବ୍ୟାଟେରୀ ପ୍ୟାକ୍ ରହିବ। ଏହାକୁ 'ଓଲା ପାୱାର ପଡ୍'ରେ ଚାର୍ଜ କରାଯିବ, ଯାହା ଘର ପାଇଁ ଇନଭର୍ଟର ଭାବେ ମଧ୍ୟ କାମ କରିବ।