ଓଲା ଇଲେକ୍ଟ୍ରିକ ସ୍କୁଟରର ରେକର୍ଡ ସଂଖ୍ୟକ ବିକ୍ରି, ଦୁଇ ଦିନରେ ବିକ୍ରି ହେଲା ୧୧୦୦ କୋଟି ଟଙ୍କାର ସ୍କୁଟର

ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ ସ୍କୁଟରର ବିକ୍ରୟ ଆରମ୍ଭ ହେବା ଦିନଠାରୁ ଏହା ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଆସୁଛି | ପ୍ରଥମ ଦିନରେ ୬୦୦ କୋଟି ଟଙ୍କାର ସ୍କୁଟର ବିକ୍ରୟ ହୋଇଥିବାବେଳେ କମ୍ପାନୀ ଦ୍ୱିତୀୟ ଦିନରେ ୫୦୦ କୋଟି ଟଙ୍କାର ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି କରିଛି | ଏହିପରି, କମ୍ପାନୀ ଦୁଇ ଦିନରେ ୧୧୦୦ କୋଟିରୁ ଅଧିକ ଟଙ୍କାର ସ୍କୁଟର ବିକ୍ରି କରିଛି | ଓଲାର ପ୍ରତିଷ୍ଠାତା ଭବିଷ ଅଗ୍ରୱାଲ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିକ୍ରୟ ସଂଖ୍ୟା ପ୍ରକାଶ କରିଛନ୍ତି।

ସେ ଲେଖିଛନ୍ତି, ‘ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନ ବିକ୍ରି ଆହୁରି ଭଲ ଥିଲା। ୨ ଦିନରେ ୧୧୦୦ କୋଟି ଟଙ୍କାର ସ୍କୁଟର ବିକ୍ରି ହୋଇଛି | ପୁଣି ଥରେ ନଭେମ୍ବର ୨ରେ ସ୍କୁଟର ବିକ୍ରି ଆରମ୍ଭ ହେବ |ସୂଚନା ଥାଉ କି ଯେ କମ୍ପାନୀ ୧୫ ସେପ୍ଟେମ୍ବରରୁ ସ୍କୁଟରର ଅଫିସିଆଲ୍ ବୁକିଂ ଆରମ୍ଭ କରିଥିଲା, ଯାହା ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିଲା |


ଭବିଷ ଅଗ୍ରୱାଲଙ୍କ ଅନୁଯାୟୀ କମ୍ପାନୀ ପ୍ରତି ସେକେଣ୍ଡରେ ୪ଟି ସ୍କୁଟର ବିକ୍ରି କରିଛି। ସୂଚନା ଥାଉ କି ଓଲା ଏସ-୧ର ମୂଲ୍ୟ ୯୯,୯୯୯ ଟଙ୍କା ଓ ଏସ-୧ ପ୍ରୋର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ରହିଛି । ଗ୍ରାହକମାନେ ବିକ୍ରୟ ଦିନ ସର୍ବନିମ୍ନ ବୁକିଂ ପରିମାଣ ୨୦,୦୦୦ ଟଙ୍କା ଦେଇ ଅନଲାଇନରେ ସ୍କୁଟର ବୁକ୍ କରିପାରିବେ |

ସମ୍ବନ୍ଧିତ ଖବର