ନୂଆଦିଲ୍ଲୀ: ନୋଏଡାରେ ଅନଲାଇନ ଫୁଡ଼ ଅର୍ଡର କରିବା ପରେ ଡେଲିଭରି ବଏ ଉକ୍ତ ଅର୍ଡର ଖାଦ୍ୟକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ବଦଳରେ ରାସ୍ତାରେ ନିଜେ ବସି ଖାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

Advertisment

ଅମନ ଜାୟସବାଲ ଦାବି କରି କହିଛନ୍ତି, ‘ଓଲା ଫୁଡ଼ର ଡେଲିଭରି ଡ୍ରାଇଭର ପ୍ରଥମେ  ଡେଲିଭରି କରିବା ପାଇଁ ୧୦ଟଙ୍କା ଅଧିକା ମାଗିଥିଲେ। ପ୍ରଥମେ ମୁଁ ଏହି ଟଙ୍କା ଦେବାକୁ ମନା କରିଥିଲି କିନ୍ତୁ ଖାଦ୍ୟ ମଗାଇବା ଜରୁରୀ ଥିବାରୁ ମୁଁ ୧୦ଟଙ୍କା ଦେଇଥଲି। ଏହାପରେ ବି ୪୫ ମିନିଟ ବିତି ଯାଇଥିଲେ ବି ମଗାଇଥିବା ଖାଦ୍ୟ ମୋ ପାଖରେ ପହଞ୍ଚି ନଥିଲେ। ମୁଁ ଟ୍ରାକ କରିବାରୁ ସେ ଘର ପାଖରେ ଥିବା ସୂଚିତ ହୋଇଥିଲେ। ମୁଁ ଗାଡ଼ି ନେଇ ବାହାରିଲା ବେଳକୁ ସେ ଆମରି ଘର ନିକଟ ପାର୍କରେ ଥିଲେ।

ମୁଁ ତାଙ୍କ ନିକଟରେ ପହଞ୍ଚି ଇଏ କ’ଣ ହେଉଛି ବୋଲି ପଚାରିଥିଲି। ସେ ମୋତେ ଉତ୍ତର ଦେଇ କହିଥିଲେ, ଭଲ ହୋଇଛି। ଯାହା କରିବା କଥା କରିନିଏ।

ଓଲା ଦେଖନ୍ତୁ ଆପଣଙ୍କ ଡେଲିଭରି ପାର୍ଟନର ଏଭଳି ଭାବେ କାମ କରୁଛନ୍ତି। ଆଉ ଗ୍ରାହକଙ୍କ ସହିତ ତାଙ୍କର ବ୍ୟବହାର କେମିତି ମୁଁ ଉପରେ କହି ସାରିଛି।’