ବେଙ୍ଗାଲୁରୁ: ଓଲା ଇଲେକ୍ଟ୍ରିକ ଆଉ ଏକ ନୂଆ ସ୍କୁଟର ଆଣିବା ନେଇ ଘୋଷଣା କରିଛି। ଏହାରା ନାମ ଏସ୍୧ ଏୟାର ରଖାଯାଇଛି। ଉକ୍ତ ସ୍କୁଟରର ମୂଲ୍ୟ ୮୪୯୯୯ ଟଙ୍କା ରହିଛି। ତେବେ ଦୀପାବଳି ରିହାତି ପାଇଁ କମ୍ପାନି ଏହାର ମୂଲ୍ୟ ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ୭୯,୯୯୯ ଟଙ୍କା ରଖିଛି। ୯୯୯ ଟଙ୍କାରେ ଏହି ସ୍କୁଟର ବୁକିଂ କରାଯାଇ ପାରିବ। ୨୦୨୪ ଏପ୍ରିଲରୁ ଗ୍ରାହକଙ୍କୁ ଏହି ସ୍କୁଟର ପ୍ରଦାନ ଆରମ୍ଭ ହେବ। ପୂର୍ବରୁ କମ୍ପାନି ଓଲା ଏସ୧ ଏବଂ ଏସ୧ ପ୍ରୋ ନାମରେ ଦୁଇଟି ଇଲେକ୍ଟ୍ରିକ ସ୍କୁଟର ବଜାରକୁ ଆଣିଛି। ଏହାର ମୂଲ୍ୟ ଯଥାକ୍ରମେ ୯୯ ହଜାର ଏବଂ ୧,୨୯,୦୦୦ ଟଙ୍କା ରହିଛି। ତେବେ ଏସ୧ ଏୟାର ସ୍କୁଟରେ ୨.୫କେଡବ୍ଲ୍ୟୁଏଚ୍ର ବ୍ୟାଟେରି ରହିଛି। ଥରେ ଚାର୍ଜ ହେଲେ ଏହା ୧୦୦ କିମି ଯାତ୍ରା କରିପାରିବ। ସେହିଭଳି ଏହାର ଘଣ୍ଟାପ୍ରତି ସର୍ବାଧିକ ବେଗ ୮୫ କିମି ରହିଛି।
ଓଲା ଆଣିଲା ନୂଆ ଇଲେକ୍ଟ୍ରେିକ ସ୍କୁଟର
/sambad/media/post_attachments/wp-content/uploads/2022/07/ola.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)