ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅଟୋ ନିର୍ମାତା କମ୍ପାନୀ ଓଲା ଇଲେକ୍ଟ୍ରିକ୍ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୮ରେ ନିଜର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହି ସ୍କୁଟରର ନାମ ହେଉଛି ଓଲା ଏସ୧ ଏୟାର । ଏହା ଓଲାର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର ବୋଲି କୁହାଯାଉଛି । କିନ୍ତୁ ଯେଉଁମାନେ ଜୁଲାଇ ୨୭ରୁ ୩୦ ମଧ୍ୟରେ ବୁକିଂ କରିବେ, ସେମାନଙ୍କୁ ୧,୦୯,୯୯୯ ଟଙ୍କା ମୂଲ୍ୟରେ ଏହି ସ୍କୁଟର ମିଳିବ। ଏହାପରେ ଜୁଲାଇ ୩୧ରୁ ଯେଉଁମାନେ ଏହି ଇଲେକ୍ଟ୍ରିକ୍ ସ୍କୁଟର ବୁକିଂ କରିବେ, ସେମାନଙ୍କୁ ଏଥିପାଇଁ ୧,୧୯,୯୯୯ ଟଙ୍କା ଦେବାକୁ ପଡ଼ିବ। ଅଗଷ୍ଟ ମାସରୁ ଏହି ସ୍କୁଟରର ଡେଲିଭରି ଆରମ୍ଭ ହେବ। ଥରେ ସଂପୂର୍ଣ୍ଣ ଚାର୍ଜ କଲେ ଏହି ସ୍କୁଟରଟି ୧୨୫ କିଲୋମିଟର ଯାଇପାରିବ ଓ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିବ । ଏହି ସ୍କୁଟରକୁ ଓଲା ଆପ ମାଧ୍ୟମରେ ୯୯୯ ଟଙ୍କା ଦେଇ ବୁକ୍ କରିହେବ ।
ଆଜି ଅର୍ଥାତ ଜୁଲାଇ ୨୭ରେ ଏହାର ବୁକିଂ ଆରମ୍ଭ ହୋଇଛି । ବୁକିଂ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ୧୦୦୦ଟି ଗାଡ଼ି ବିକ୍ରି ହୋଇଛି ବୋଲି କମ୍ପାନିର ସିଇଓ ଭବେଶ ଅଗ୍ରଓ୍ବାଲ ଟ୍ବିଟ୍ କରିଛନ୍ତି ।