ଏହି ରାଜ୍ୟରେ ସବୁଠାରୁ କମ ମୂଲ୍ୟରେ ମିଳିବ ଓଲା ଇଲେକ୍ଟ୍ରିକ୍ ସ୍କୁଟର, ଅନ୍ୟ ରାଜ୍ୟ ଅପେକ୍ଷା ୨୦ ହଜାର ଟଙ୍କା କମ

ନୂଆଦିଲ୍ଲୀ: ଗତକାଲି ଓଲା ଇଲେକ୍ଟ୍ରିକ ଭାରତୀୟ ବଜାରରେ ନିଜର ବହୁପ୍ରତୀକ୍ଷିତ ଇଲେକ୍ଟ୍ରିକ ସ୍କୁଟର ଏସ-୧ ଓ ଏସ-୧ ପ୍ରୋ ଲଞ୍ଚ୍ କରିଥିଲା । ଏସ-୧ର ମୂଲ୍ୟ ୯୯,୯୯୯ ଟଙ୍କା ଓ ଏସ-୧ ପ୍ରୋର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ରହିଛି । ତେବେ କିଛି ରାଜ୍ୟରେ ଏହାର ମୂଲ୍ୟ କମ ରହିବ | ଗୁଜୁରାଟ, ଦିଲ୍ଲୀ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଛଡା ଅନ୍ୟ ରାଜ୍ୟମାନଙ୍କରେ ଏହି ସ୍କୁଟରର ଏସ-୧ ଭାରିଆଣ୍ଟର ମୂଲ୍ୟ ୯୯,୯୯୯ ଟଙ୍କା ଏବଂ ଏସ-୧ ପ୍ରୋ ଭାରିଆଣ୍ଟର ମୂଲ୍ୟ ୧,୨୯,୯୯୯ ଟଙ୍କା ସ୍ଥିର କରାଯାଇଛି | କିନ୍ତୁ ଏପରି ଏକ ରାଜ୍ୟ ମଧ୍ୟ ଅଛି ଯେଉଁଠାରେ ଆପଣଙ୍କୁ ଏହି ସ୍କୁଟର ପାଇଁ ସର୍ବନିମ୍ନ ଟଙ୍କା ଖର୍ଚ୍ଚ କରିବାକୁ ପଡିବ |

ଏହି ସ୍କୁଟର ମୂଲ୍ୟରେ ରାଜ୍ୟ ସରକାର ଦେଇଥିବା ସବସିଡି ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଗୁଜୁରାଟରେ ଏହି ସ୍କୁଟରର ମୂଲ୍ୟ ସର୍ବନିମ୍ନ ରହିଛି | ଗୁଜୁରାଟରେ ଏସ-୧ର ମୂଲ୍ୟ ୭୯,୯୯୯ଟଙ୍କା, ଏସ-୧ ପ୍ରୋର ମୂଲ୍ୟ ୧,୦୯,୯୯୯ ଟଙ୍କା ରହିବ | ଦିଲ୍ଲୀରେ ଏସ-୧ ଓ ଏସ-୧ ପ୍ରୋ ଯଥାକ୍ରମେ ୮୫,୦୯୯ଟଙ୍କା ଓ ୧,୧୦,୪୯୯ ଟଙ୍କା ରହିବ | ମହାରାଷ୍ଟ୍ରରେ ଏସ-୧ ଓ ଏସ-୧ ପ୍ରୋର ମୂଲ୍ୟ ଯଥାକ୍ରମେ ୯୪,୯୯୯ ଟଙ୍କା ଓ ୧,୨୪,୯୯୯ ଟଙ୍କା ରହିବ |

ବର୍ତ୍ତମାନ, ଅନେକ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ପାଇଁ ନିଜସ୍ୱ ସବସିଡି ଘୋଷଣା କରିଛନ୍ତି। ସମ୍ପୃକ୍ତ ରାଜ୍ୟଗୁଡ଼ିକର ସବସିଡି ସୁବିଧା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା FAME-II ଯୋଜନା ଲାଗୁ କରିବା ପରେ ଓଲା ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ଅଧିକ ସୁଲଭ ହୋଇଛି |

ସମ୍ବନ୍ଧିତ ଖବର