ନୂଆଦିଲ୍ଲୀ : ଆରମ୍ଭ ହେବାର ୧୮ମାସ ପରେ ଫୁଡ୍ପାଣ୍ଡା ଏବେ ନିଜର ଡେଲିଭରୀ ବନ୍ଦ କରି ଦେଇଛି । ଓଲା ଦ୍ୱାରା ପରିଚାଳିତ ହେଉଥିବା ଫୁଡ୍ପାଣ୍ଡା ଏବେ ନିଜର ଡେଲିଭରୀ ବନ୍ଦ କରିଦେବା ପରେ ଅନେକ କର୍ମଚାରୀ ବେରୋଜଗାର ହୋଇ ଯାଇଥିବା ସାମ୍ନାକୁ ଆସିଛି । ଏହି ଖବର ଆସିବା ପରେ ଏହାର ସ୍ପଷ୍ଟୀକରଣ ପାଇଁ ଓଲା ଆପ୍ ଚେକ୍ କରାଯିବା ପରେ ଅନେକ ରେସ୍ତୋରାଁରେ ଫୁଡ୍ପାଣ୍ଡା ଉପଲବ୍ଧ ନ ଥିବା ଦେଖା ଯାଇଥିଲା ।
/sambad/media/post_attachments/wp-content/uploads/2019/05/xfoodpanda01-1558516911.jpg.pagespeed.ic_.xshVbcRDFo-300x225.jpg)
ସୂଚନା ମୁତାବକ, ଫୁଡ୍ ଡେଲିଭରୀ ବ୍ୟବସାୟରେ ଏହା ଓଲାର ଦ୍ୱିତୀୟ ପ୍ରୟାସ ଥିଲା । ୨୦୧୫ରେ ଓଲା ପ୍ରଥମେ ଓଲା କେଫେ ଲଞ୍ଚ କରିଥିଲା। କିନ୍ତୁ ବର୍ଷେ ପରେ ତାହା ବନ୍ଦ ହୋଇ ଯାଇଥିଲା । ତେବେ ଓଲା କେଫେ ପରେ ଓଲା ପୁଣି ଥରେ ଫୁଡ୍ପାଣ୍ଡା ନାମକ ଏକ ଫୁଡ୍ ଡେଲିଭରୀ ସାଇଟ୍ ଲଞ୍ଚ କରିଥିଲା । କିନ୍ତୁ ୧୮ମାସ ପରେ ସ୍ୱିଗୀ ଏବଂ ଜୋମାଟୋ ମିଶି ନିଜ ସେବା ବିସ୍ତାର କରିବାରେ ଲାଗି ପଡ଼ିବାରୁ ବାଧ୍ୟ ହୋଇ ଓଲା ଫୁଡ୍ପାଣ୍ଡାକୁ ବନ୍ଦ କରିଥିବା ଜଣା ପଡ଼ିଛି ।