ନୂଆଦିଲ୍ଲୀ: ଇଲେକ୍ଟ୍ରିକ କାର୍‌ ଓ ବ୍ୟାଟେରି କାରଖାନା ନିର୍ମାଣ ପାଇଁ ଓଲା ଇଲେକ୍ଟ୍ରିକ ତାମିଲନାଡ଼ୁରେ ୯୨ କୋଟି ଡଲାର ବିନିଯୋଗ କରିବ। ତାମିଲନାଡ଼ୁ ସରକାର ଏଥିପାଇଁ କମ୍ପାନି ସହିତ ଏକ ରାଜିନାମା ସ୍ବାକ୍ଷର କରିଛନ୍ତି। ଓଲା ଇଲେକ୍ଟ୍ରିକ ଏହି ୭୬୧୪ କୋଟି ଟଙ୍କା ଏହାର ସହାୟକ କମ୍ପାନି ଓଲା ଇଲେକ୍ଟ୍ରିକ ଟେକ୍ନୋଲୋଜିଜ୍ ଏବଂ ଓଲା ସେଲ୍ ଟେକ୍ନୋଲୋଜିଜ୍ ଜରିଆରେ ନିବେଶ କରିବ। ଏହାଦ୍ବାରା ୩୧୧୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଲା ପୂର୍ବରୁ ତାମିଲନାଡ଼ୁରେ ଦୁଇ ଚକିଆ ଯାନ ଉତ୍ପାଦନ କରୁଛି। କମ୍ପାନି ବାର୍ଷିକ ୧୪୦୦୦୦ କାର ଉତ୍ପାଦନ ଲକ୍ଷ୍ୟ ରଖିଛି। ଭାରତ ସମେତ ସାରା ବିଶ୍ବ ଏବେ ଇଲେକ୍ଟ୍ରିକ ଯାନ ଉତ୍ପାଦନ ଉପରେ ଗୁରୁତ୍ବ ଦେଉଛନ୍ତି।

Advertisment