ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ନିର୍ମାତା ଓଲା ଏକ ନୂଆ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି। ନୂଆ ପ୍ରଯୁକ୍ତିରେ ଯଦି ଚାଳକ ହେଲମେଟ୍ ପିନ୍ଧି ନଥିବ ତାହେଲେ ସ୍କୁଟର ଚାଲିବନାହିଁ। ଅଟୋକାର୍ ଇଣ୍ଡିଆ ପକ୍ଷରୁ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି। ଓଲା ଏକ କ୍ୟାମେରା ବ୍ୟବହାର କରିବ। କ୍ୟାମେରାରୁ ଗାଡ଼ିର କଣ୍ଟ୍ରୋଲ ୟୁନିଟ (ଭିସିୟୁ)କୁ ଏକ ବାର୍ତ୍ତା ଯିବ। ଭିସିୟୁ ସେହି ବାର୍ତ୍ତାକୁ ମୋଟର କଣ୍ଟ୍ରୋଲ ୟୁନିଟକୁ ପଠାଇବ। ଯାହାଫଳରେ ଗାଡ଼ି ରାଇଡ୍ ମୋଡ୍କୁ ଯିବ କି ନାହିଁ ତାହା ମୋଟର କଣ୍ଟ୍ରୋଲ ୟୁନିଟ ନିଷ୍ପତ୍ତି ନେବ। ଗାଡ଼ି ଯଦି ପାର୍କ ମୋଡ୍ରେ ରହେ ତାହେଲେ ଚାଳକକୁ ହେଲମେଟ୍ ପିନ୍ଧିବା ପାଇଁ ମନେ ପକାଇ ଦିଆଯିବ। ଚାଳକ ହେଲମେଟ ପିନ୍ଧିଥିଲେ ହିଁ ଯାଇ ସ୍କୁଟର ରାଇଡ୍ ମୋଡକୁ ଯିବ। ଅବଶ୍ୟ ଓଲା ଏକମାତ୍ର କମ୍ପାନି ନୁହେଁ ଯିଏ ଏହି ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି। ଟିଭିଏସ୍ ନିକଟରେ କ୍ୟାମେରା ଭିତ୍ତିକ ହେଲମେଟ ରିମାଇଣ୍ଡର ସିଷ୍ଟମ ନିର୍ମାଣ ଉପରେ କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp