ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରଚଳନରେ ଥିବା ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍କୁ ପ୍ରତ୍ୟାହାର ହେବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ରିଜର୍ଭ ବ୍ୟାଙ୍କ ଟୁଇଟ୍ କରି ଜଣାଇଛି ଯେ କେତେକ ପୁରୁଣା ନୋଟ୍ ପ୍ରତ୍ୟାହାର ହେବ ବୋଲି ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରେ କୌଣସି ସତ୍ୟତା ନାହିଁ। କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କର ଏଜିଏମ୍ ବି ମହେଶଙ୍କ ସୂଚନା ଆଧାରରେ ଅନେକ ଗଣମାଧ୍ୟମରେ ନୋଟ୍ ପ୍ରତ୍ୟାହାର ସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଜିଲ୍ଲା ସ୍ତରୀୟ ସିକ୍ୟୁରିଟି କମିଟି (ଡିଏଲ୍ଏସ୍ସି) ଏବଂ ଜିଲ୍ଲାସ୍ତରୀୟ ମୁଦ୍ରା ପରିଚାଳନା କମିଟି (ଡିଏଲ୍ଏମ୍ସି) ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମହେଶ କହିଥିଲେ ଯେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍କୁ ହଟାଇ ନିଆଯିବ। ତେଣୁ ଏହି ନୋଟ୍ଗୁଡ଼ିକ ପର୍ଯ୍ୟାୟକ୍ରମେ ବଜାରରୁ ଅଦୃଶ୍ୟ ହୋଇଯିବ। ଏହି ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍ ସ୍ଥାନରେ ନୂଆ ନୋଟ୍ ଆସିବ। ୨୦୧୯ ମସିହାରେ ଜାରି ହୋଇଥିବା ନୂଆ ୧୦୦ ଟଙ୍କିଆ ନୋଟ୍ର ରଙ୍ଗ ହାଲ୍କା ବାଇଗେଣି ହୋଇଥିବାବେଳେ ଏଥିରେ ଗୁଜରାଟର ପଟଣ ଜିଲ୍ଲାର ସରସ୍ବତୀ ନଦୀକୂଳରେ ରହିଥିବା ଐତିହ୍ୟ ‘ରାଣୀ କୂପ’ର ଚିତ୍ର ରହିଛି।
ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ହଟିବନି
/sambad/media/post_attachments/wp-content/uploads/2021/01/912312-rs-100-notes-currency.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)