ଭୁବନେଶ୍ବର: ଲୁହାପଥର, କ୍ରୋମାଇଟ ଓ ବକ୍ସାଇଟ ଗ୍ରାହକମାନଙ୍କ ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ଏକ ଗ୍ରାହକ ସମ୍ମିଳନୀ ଆୟୋଜନ କରାଯାଇଛି। କଂପାନିର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଖଣିଜ ଭିତ୍ତିକ ଶିଳ୍ପ ସଂସ୍ଥାର ବହୁ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।
ଓଡ଼ିଶା ଓ ସାରା ଦେଶରେ ଖଣିଜ ପଦାର୍ଥ ଉପଲବ୍ଧତା ବଢ଼ାଇବା ଲାଗି କଂପାନି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ କହିଥିଲେ। ଓଏମ୍ସିର ଏମ୍ଡି ବଲ୍ୱନ୍ତ ସିଂହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଲଜିଷ୍ଟିକ୍ସକୁ ନେଇ ଯେଉଁ ସମସ୍ୟା ରହିଛି ତାହାର କିଭଳି ସମାଧାନ ହୋଇପାରିବ ସେନେଇ ସେ ଗ୍ରାହକଙ୍କ ମତାମତ ଲୋଡ଼ିଥିଲେ।