ଭୁବନେଶ୍ବର: ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କୁ ୧୪୨୦ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଲାଭାଂଶ ବାବଦ ଚେକ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛନ୍ତି। ୨୦୨୨-୨୩ରେ କଂପାନି ୧୪,୪୫୦ କୋଟି ଟଙ୍କାର କାରବାର କରିଥିଲା। ଏହା ୩୩.୭୬ ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିଥିଲା। ସେଥରୁ ୨୬.୯୮ ନିୟୁତ ଟନ୍ ହେଉଛି ଲୁହାପଥର, ୩ ନିୟୁତ ଟନ୍ ବକ୍ସାଇଟ୍ ଓ ୧.୦୮ ନିୟୁତ ଟନ୍ କ୍ରୋମାଇଟ୍ ରହିଛି। ପୂର୍ବବର୍ଷ ତୁଳନାରେ ଉତ୍ପାଦନରେ କଂପାନି ୧୪.୯ ପ୍ରତିଶତ ବୃଦ୍ଧି ହାସଲ କରିଛି। ଏହି ଅବସରରେ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ, ୫-ଟି ସଚିବ ଭି କେ ପାଣ୍ଡିଆନ, ଓଏମ୍ସିର ଏମ୍ଡି ବଲୱନ୍ତ ସିଂହ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp