ଭୁବନେଶ୍ବର: ଏକ ଦାୟିତ୍ବବାନ ସରକାରୀ ସଂସ୍ଥା ଭାବେ ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ କୋଭିଡ୍ ନିୟନ୍ତ୍ରଣ ଲାଗି ସରକାରଙ୍କ ଉଦ୍ୟମ ପ୍ରତି ସହାୟତା ପ୍ରଦାନ କରିବା ସ୍ବରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ. ଅରୁଣ ସାହୁ, ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପସ୍ଥିତିରେ ଏବାବଦ ଚେକ୍କୁ ଓଏମ୍ସିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଆଜି ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ହସ୍ତାନ୍ତର କରିଛନ୍ତି।
ସେହିପରି, ଆଜି ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ଓ କାଜୁ ବିକାଶ ନିଗମ ୩.୭୬ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛନ୍ତି। ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ୩,୨୯,୭୬,୩୬୨ ଟଙ୍କାର ଲାଭାଂଶ ଦେଇଥିବା ବେଳେ କାଜୁ ବିକାଶ ନିଗମ ୪୬,୫୧,୨୦୦ ଟଙ୍କାର ଲାଭାଂଶ ଦେଇଛି। ଓଏଆଇସିର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଓ କାଜୁ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ମହାନ୍ତି ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କୁ ଲାଭାଂଶ ଚେକ୍ ହସ୍ତାନ୍ତର କରିଛନ୍ତି। ଏପିସି ରାଜ କୁମାର ଶର୍ମା ଉଭୟ ନିଗମର କାର୍ଯ୍ୟ ବିଷୟରେ ଅବଗତ କରିଥିଲେ। ଏହି ଅବସରରେ କୃଷି ସଚିବ ଏସ୍ କେ ବଶିଷ୍ଠ ଉପସ୍ଥିିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/gkj98dg798j7dg98j7d98g7j98798jgdjgdjgggjgjd.jpg)