ପାଇକାରୀ ବିକ୍ରେତାଙ୍କ ପାଇଁ ଓମ୍‌ଫେଡ୍‌ର ନୂଆ ପ୍ୟାକେଜ୍

ଭୁବନେଶ୍ବର: ପାଇକାରୀ ବିକେତ୍ରା ଓ ରିସେଲର୍‌ମାନଙ୍କ ପାଇଁ ଓମ‌୍‌ଫେଡ୍‌ ନୂଆ ପ୍ୟାକେଜ୍ ଘୋଷଣା କରିଛି। ବ୍ୟକ୍ତିବିଶେଷ, ସଂସ୍ଥା, ଏଜେନ୍ସି, ପାଇକାରୀ ବିକ୍ରେତା ଓ ବିତରକମାନେ ଏକ ସର୍ବନିମ୍ନ ବିଲିଂ ଜରିଆରେ ନିକଟସ୍ଥ ଓମ୍‌ଫେଡ୍‌ ଡେରି ଓ ଓମ୍‌ଫେଡ୍‌ ହୋଲ୍‌ସେଲ୍‌ ପଏଣ୍ଟ୍‌ରୁ କଂପାନିର ସାମଗ୍ରୀ ନେଇପାରିବେ। ଭୁବନେଶ୍ବର ଡେରି ପାଇଁ ସର୍ବନିମ୍ନ ବିଲ ମୂଲ୍ୟ ୭୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଡେରିଗୁଡ଼ିକ ପାଇଁ ଏହି ମୂଲ୍ୟ ୫୦୦୦ ଟଙ୍କା ରହିଛି।

ତେବେ ସର୍ବୋଚ୍ଚ ବିଲ୍‌ର କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ। ଯେଉଁ ଗ୍ରାହକମାନେ ସର୍ବନିମ୍ନ ବିଲ୍‌ ଜରିଆରେ ଓଏମ୍‌ଫେଡ୍‌ ସାମଗ୍ରୀ କିଣୁଛନ୍ତି ସେମା‌ନେ ଅଧିକ ସାଧାରଣ ଦୁଗ୍ଧ କିଣିପାରିବେ। କିନ୍ତୁ ଦୁଗ୍ଧ ପାଇଁ ପ୍ରତି ବିଲ୍‌ ପିଛା ସର୍ବନିମ୍ନ ବରାଦ ପରିମାଣ ୩୦ ଲିଟର ରହିବ। ପାଇକାରୀ ବିକ୍ରେତା ତଥା ଗ୍ରାହକମାନେ ଫୋନ୍ କଲ୍‌ କିମ୍ବା ହ୍ବାଟସ୍‌ଆପ୍ ଜରିଆରେ ନିକଟସ୍ଥ ଡେରିରେ ଆଗୁଆ ବରାଦ ଦେଇପାରିବେ। ପାଇକାରୀ ଦରରେ ଓମ୍‌ଫେଡ୍‌ ସାମଗ୍ରୀ କିଣିବା ଲାଗି ଆଉ ଏମ୍‌ପା‌ନେଲ୍‌ ହେବା, ସିକ୍ୟୁରିଟି ଜମା ଦେବା କିମ୍ବା ଚୁକ୍ତି ସ୍ବାକ୍ଷର କରିବାର କୌଣସି ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର