ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ କେନ୍ଦ୍ର ସରକାର ଡିଜିଟାଲ୍ ପେମେଣ୍ଟ୍ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ। ନଗଦ ଅର୍ଥ ବଦଳରେ କିଭଳି ଲୋକମାନେ ଡିଜିଟାଲ୍ ପେମେଣ୍ଟ୍ କରିବେ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ସରକାର ଏବେ ଏଭଳି ଏକ ଯୋଜନା ଉପରେ କାମ କରୁଛନ୍ତି ତାହା ଯଦି ଲାଗୁ ହେବ ତେବେ ଲୋକମାନେ ନଗଦ ଅର୍ଥରେ କାରବାର କରିବାକୁ ବାଧ୍ୟ ହେବେ। ଇ-ପେମେଣ୍ଟ୍ ସୁବିଧା ପ୍ରଦାନ କରୁଥିବା କଂପାନିଗୁଡ଼ିକ ଉପରେ ସରକାର ସାଇବର୍ ନିରାପତ୍ତା ସେସ୍ ଲଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଯୋଜନା ଲାଗୁ ହେବେ ପ୍ରତି ଥର ଅନଲାଇନ୍ ପେମେଣ୍ଟ୍ କରିବା ବେଳେ ଏକ ନିର୍ଦିଷ୍ଟ ପରିମାଣର ନିରାପତ୍ତା ରାଶି ଜମା କରିବାକୁ ପଡ଼ିବ। ଏହା ଦ୍ୱାରା ଅନଲାଇନ୍ ପେମେଣ୍ଟ୍ ମହଙ୍ଗା ହେବ।
ଗଣମାଧ୍ୟମରେ ଏକ ସମ୍ପର୍କରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଅର୍ଥ ମନ୍ତ୍ରଣାଳୟ, ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମିଳିତ ଭାବେ ଏହି ଯୋଜନା ଉପରେ କାମ କରୁଛନ୍ତି। ଡିଜିଟାଲ୍ ପେମେଣ୍ଟ୍ ଭିିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସାଇବର୍ ନିରାପତ୍ତା ସେସ୍ ବାବଦରେ ସଂଗ୍ରହ କରାଯାଇଥିବା ଅର୍ଥ ଖର୍ଚ କରାଯିବ। ବର୍ତ୍ତମାନ ଦେଶରେ ଡିଜିଟାଲ୍ ପେମେଣ୍ଟ୍ ଉପରେ ଅନେକ ପ୍ରକାର ଶୁଳ୍କ ଗଣିବାକୁ ପଡୁଛି। କନ୍ଭିନିଏନ୍ସ ଫି’, କାରବାର ଶୁଳ୍କ, ପ୍ଲାଷ୍ଟିକ୍ କାର୍ଡର ମୂଲ୍ୟ, ବାର୍ଷିକ ଶୁଳ୍କ ଏବଂ ମର୍ଚାଣ୍ଟ୍ କାରବାର ଶୁଳ୍କ ଆଦି ଗଣିବାକୁ ପଡୁଛି। ଏହା ଉପରେ ଯଦି ସେସ୍ ଲାଗୁ କରାଯିବ ତେବେ ଲୋକମାନଙ୍କୁ ଅନଲାଇନ ପେମେଣ୍ଟ୍ କରିବାକୁ ନିରୁତ୍ସାହିତ କରିବ।
ମହଙ୍ଗା ହେବ ଅନ୍ ଲାଇନ୍ ପେମେଣ୍ଟ୍
/sambad/media/post_attachments/wp-content/uploads/2017/10/online-pay.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)