ପାଟ୍‌ନା: ଅଧିକ ସମୟ‌ରେ ଯାତ୍ରା କରିବା କଥା ପଡ଼ିଲେ ଆମ ମୁଣ୍ଡକୁ ପ୍ର‌ଥମେ ବାଟ ଖର୍ଚ୍ଚର କଥା ଆସିଯାଏ। ହେଲେ ଏହି ବାଟ ଖର୍ଚ୍ଚକୁ କମ୍‌ କରିବାରେ ବିହାର ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଛନ୍ତି ଦିଲ୍‌ଖୁସ୍‌ କୁମାର। ୨୯ ବର୍ଷୀୟ ଏହି ଯୁବକ ଜଣକ ଏବେ ତାଙ୍କ ବୁଦ୍ଧି ବଳରେ ଏକ ଆପ୍‌ ବାହାର କରି ବିହାରର କୋଣଅନୁକୋଣକୁ ସୁହାଇବା ପରି ଦରରେ ଯାତ୍ରା କରାଉଛନ୍ତି।

Advertisment

ସେ ଗତବର୍ଷ ଜୁନ୍‌ ମାସରେ ରୋଡବେଜ୍ ନାମକ ଏକ ଆପ୍‌ ବ‌ାହାର କରିଛନ୍ତି। ଏହି ଆପ୍ ସୁଲଭ ମୂଲ୍ୟରେ ଆଉଟଷ୍ଟେସନ୍ ଯାତ୍ରା ସେବା ଯୋଗାଉଛି। ସବୁଠାରୁ ଭଲ କଥା ହେଉଛି ଯାତ୍ରୀମାନେ ଯଦି ଗୋଟାଏ ପକ୍ଷ ଯାତ୍ରା କରୁଛନ୍ତି ତ ତାଙ୍କୁ ଭଡ଼ା ବାବଦରେ ଦୁଇ ପକ୍ଷର ଦେବାକୁ ପଡୁନାହିଁ, ଯେପରି ଅନ୍ୟ ସବୁଠି ଦେବାକୁ ପଡ଼ିଥାଏ। ବିହାରର ପ୍ରତ୍ୟେକ ଗାଁକୁ ଟାକ୍ସି ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସେ ଏପରି ଏକ ପଦକ୍ଷେପ ଗ୍ରହଣ କରି ଆଜି ସଫଳ ହୋଇ ପାରିଛନ୍ତି।

ଅତୀତକୁ ମନେ ପକାଇ ଦିଲ୍‌ଖୁସ୍‌ କୁମାର କହନ୍ତି ଯେ ସେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ପରିବାରର ଆର୍ଥିକ ସମସ୍ୟା ହେତୁ ପାଠ ଛାଡ଼ିବାକୁ ପଡ଼ିଥିଲା। ତାଙ୍କର ବିବାହ ବି ପରିବାର ଲୋକ ଜଲ୍‌ଦି କରାଇ ଦେଇଥିଲେ। ବିବାହର କିଛି ମାସ ପରେ ସେ ବିହାରର ଏକ ଅଫିସ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ କିନ୍ତୁ ତାଙ୍କୁ ଚାକିରି ମିଳିନଥିଲା।

ତାଙ୍କ ବାପା ଜଣେ ବସ୍‌ ଚାଳକ ଥିବାରୁ ସେ ତାଙ୍କ ବାପାଙ୍କୁ ଗାଡ଼ି ଚଲା ଶିଖାଇବାକୁ କହିଥିଲେ। ସେ ଗାଡ଼ି ଚଲାଇବା ଶିଖିଲେ ସତ, ମାତ୍ର ଡ୍ରାଇଭର୍‌ ଭାବେ ସେପରି ଭଲ ଟଙ୍କା ରୋଜଗାର କରିପାରିଲେ ନାହିଁ। ୨୦୧୦ ମସିହାରେ ସେ ଦିଲ୍ଳୀ ଯାଇ ରିକ୍ସା କିଣିଥିଲେ। ମାତ୍ର ଦିଲ୍ଳୀର ଟ୍ରାଫିକ୍‌ ନିୟମ ଅନୁସାରେ ସେ ତାହାକୁ ଚଳାଇ ପାରିଲେ ନାହିଁ। ତାପରେ ସେ ନିଜ ସହରକୁ ଫେରି ଆସିଥିଲେ।

ସେଠାକୁ ଆସି ସେ ପାଟ୍‌ନାରେ ଗାଡ଼ି ଚଳାଇବା ଆରମ୍ଭ କଲେ। ଏହି ସମୟରେ, ସେ ଓଲା ଏବଂ ଉବର ପରି କ୍ୟାବ ସେବା ପାଇଁ ଲୋକପ୍ରିୟତା ଦେଖି ନିଜେ ସେପରି ସେବା ଯୋଗାଇବାର ବୁଦ୍ଧି ପାଇଲେ। ତାପରେ ୨୦୧୬ ମସିହାରେ ସେ ନିଜ ସାଙ୍ଗମାନଙ୍କ ଠାରୁ ୨ଲକ୍ଷ ଟଙ୍କା ଋଣ ନେଇ ବିହାରର ପ୍ରମୁଖ ଜିଲ୍ଲାଗୁଡ଼ିକରେ କ୍ୟାବ ସଂଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହି ସେବା ଆରମ୍ଭ କରିଥଲେ। ଆଜି ସେ ଏହି ଦିଗରେ ଜଣେ ସଫଳ ଉଦ୍ୟୋଗୀ