ଥରକେ ଗୋଟିଏ ମେସେଜ୍ ୫ ଜଣଙ୍କୁ ଫର୍‌ୱାର୍ଡ କରିହେବ

ନୂଆଦିଲ୍ଲୀ,: ହ୍ବାଟସ୍‌ଆପ୍‌ରେ ଗୋଟିଏ ମେସେଜ୍‌କୁ ଥରକେ ପାଞ୍ଚ ଜଣ କିମ୍ବା ପାଞ୍ଚଟି ଚାଟ୍‌କୁ ଫର୍‌ୱାର୍ଡ କରି‌ହେବ। ହ୍ବାଟସ୍‌ଆପ୍ ପକ୍ଷରୁ ସମଗ୍ର ବିଶ୍ବରେ ଏହି ନିୟମ ଲାଗୁ କରାଯାଇଛି। ମିଥ୍ୟା ଖବର ପ୍ରଚାର ଉପରେ ରୋକ ଲଗାଇବା ପାଇଁ କଂପାନି ଏଭଳି ନିଷ୍ପତ୍ତି ନେଇଛି। ଗତବର୍ଷ ଜୁଲାଇ ପରଠାରୁ ଏହି ନିୟମ ଭାରତରେ ଲାଗୁ ହୋଇସାରିଛି। ପୂର୍ବରୁ ହ୍ବାଟସ୍‌ଆପ୍ ବ୍ୟବହାରକାରୀମାନେ ଥରକେ ୨୦ ଜଣଙ୍କୁ ଗୋଟିଏ ମେସେଜ୍‌ ଫର୍‌ୱାର୍ଡ କରିପାରୁଥିଲେ। ଫେସବୁକ୍‌ର ମାଲିକାନାରେ ଥିବା ହ୍ବାଟସ୍‌ଆପ୍ ପକ୍ଷରୁ କୁହାଯାଇଛି ଯେ, କେବଳ ଚିହ୍ନା ପରିଚିତ ଲୋକଙ୍କ ସହ ପ୍ରାଇଭେଟ୍ ମେସେଜିଂ (ଗୋପନ ବାର୍ତା) ଉପରେ ଆମେ ଗୁରୁତ୍ବ ଦେଉଛୁ। କଂପାନି ପକ୍ଷରୁ ଅତି ଯତ୍ନର ସହ ଏହାକୁ ଛଅ ମାସ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଛି। ବ୍ୟବହାରକାରୀଙ୍କ ମତାମତକୁ ମଧ୍ୟ ବିଚାରକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର