ଭୁବନେଶ୍ୱର: ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଓଏନ୍ଜିସି ପକ୍ଷରୁ ସିଏସ୍ଆର୍ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ କଟକର ବଡ଼ମ୍ବାସ୍ଥିତ ଅଭିରାମପୁର ଗ୍ରାମ ପଞ୍ଚାୟତରେ ୫୭ ଆଇଏଚ୍ଏଚ୍ଏଲ୍ଏସ୍ ନିର୍ମାଣ ଆରମ୍ଭ କରାଯାଇଛି। କଂପାନିର ଜିଜିଏମ୍-ବେସିନ୍ ମ୍ୟାନେଜର ଶ୍ରୀବତ୍ସ କୁମାର ଦାସଙ୍କ ଉପସ୍ଥିତିରେ ଭୂମିପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓଏନ୍ଜିସି ଭୁବନେଶ୍ୱରର ଡିଜିଏମ୍ (ଜିପି) ବି ଏନ୍ ପ୍ରଧାନ, ଡିଜିଏମ୍ (ମେକାନିକାଲ୍) ଶିବାଜୀ ସେନଗୁପ୍ତା ଓ ଡିଜିଏମ୍ (କ୍ରେମିଷ୍ଟ୍ରି) ଚୌଧୁରୀ ବିଶ୍ୱମୋହନ ମିଶ୍ର ଉପସ୍ଥିତ ଥିଲେ। କଂପାନି ପକ୍ଷରୁ ଦୁଇଟି ସ୍କୁଲ୍କୁ ସୋଲାର୍ ଲ୍ୟାମ୍ପ୍ ମଧ୍ୟ ବଣ୍ଟନ କରାଯାଇଛି।