ଦିନେ ଥିଲେ ପ୍ରତିଦ୍ୱନ୍ଦ୍ୱୀ, ଏବେ ବନ୍ଧୁ

ନୂଆ ବନ୍ଧୁ, • ମାରୁତି ସୁଜୁକି-ଟୟୋଟା • ମହିନ୍ଦ୍ରା-ଫୋର୍ଡ • ହୁଣ୍ଡାଇ-ରେଭ୍‌ • ରିନଲ୍ଟ-ନିସାନ୍‌

ନୂଆଦିଲ୍ଲୀ: ଯେଉଁ କଂପାନି ସହିତ ଦିନେ ବଜାର ଭାଗ ପାଇବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଏବେ ସେହି କଂପାନିର ହାତ ଧରି ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି କିଛି କାର୍‌ କଂପାନି। ଏକା ଏକା ଚାଲିବା କଷ୍ଟକର ହୋଇପଡ଼ିଲାଣି। ତେଣୁ ପରଷ୍ପର ହାତ ଧରାଧରି ହୋଇ ଆଗକୁ ବଢ଼ିବାକୁ କାର୍‌ କଂପାନିଗୁଡ଼ିକ ନିଷ୍ପତ୍ତି ନେଉଛନ୍ତି।ଏହି ଧାରାରେ ଏବେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଓ ଫୋର୍ଡର ନାମ ଯୋଡ଼ି ହୋଇଛି। ଏହି ଦୁଇ କଂପାନି ପରଷ୍ପର ସହ ହାତ ମିଳାଇ ଭାରତରେ କାରବାର କରିବା ଉପରେ ବିଚାର କରୁଛନ୍ତି। ଦୁଇ କଂପାନି ମିଶି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିବେ। ଫୋର୍ଡ ଭାରତରେ ଏବେ ଯେଉଁ ସବୁ କାରବାର କରୁଛି ତାହାକୁ ସେହି ନୂଆ କଂପାନିକୁ ହସ୍ତାନ୍ତର କରିବ। ପ୍ରସ୍ତାବିତ ଯୌଥ ଉଦ୍ୟୋଗରେ ଫୋର୍ଡର ୪୯% ଓ ମହିନ୍ଦ୍ରାର ୫୧% ଅଂଶଧନ ରହିବ।  ବହୁ ବର୍ଷ ପୂର୍ବରୁ ରେନଲ୍ଟ ଓ ନିସାନ୍‌ ପରଷ୍ପର ସହିତ ମିଶି ଭାରତରେ କାରବାର କରୁଛନ୍ତି। କିଛି ମାସ ତଳେ ମାରୁତି ସୁଜୁକି ଓ ଟୟୋଟା ମଧ୍ୟରେ ଏକ ବୁଝାମଣା ହୋଇଥିଲା। ସେହି ବୁଝାମଣା ଅନୁସାରେ ମାରୁତିର କିଛି କାର୍‌କୁ ଟୟୋଟା ନିଜ ପରିଚୟ ଦେଇ ବିକ୍ରି କରିବ। ସେହିପରି ଟୟୋଟାର କିଛି କାର୍‌କୁ ମାରୁତି ନିଜ ନାମରେ ବିକ୍ରି କରିବ। ସେହିପରି, ସ୍ୱୟଂଚାଳିତ କାର୍‌ ବିକଶିତ କରିବା ପାଇଁ ହୁଣ୍ଡାଇ ଓ ରେଭ୍‌ ପରଷ୍ପର ସହିତ ହାତ ମିଳାଇଛନ୍ତି। ରେଭ୍‌ ହେଉଛି ଭାରତର ଏକ ନୂଆ କଂପାନି ଯାହା କାର୍‌ ସେୟାରିଂ ସେବା ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର