ଗୋଟିଏ ଜିଏସ୍‌ଟି ହାର ରହୁ: ଦେବରାୟ

ନୂଆଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ସଂଗ୍ରହ କରୁଥିବା ଟିକସ ରାଜସ୍ବ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୫% ଭଳି ନିମ୍ନ ସ୍ତରରେ ଥିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ଚିନ୍ତା ପ୍ରକଟ କରିଛନ୍ତି। ଏଥିରେ ସୁଧାର ଆଣିବା ଲାଗି ଦେଶରେ ଗୋଟିଏ ଜିଏସ୍‌ଟି ହାର ଲାଗୁ କରିବା ସପକ୍ଷରେ ସେ ଯୁକ୍ତି ବାଢ଼ିଛନ୍ତି।

ଏହା ବ୍ୟତୀତ ‌ବିଭିନ୍ନ ଉତ୍ପାଦ ଉପରେ ଯେଉଁ ଟିକସ ଛାଡ଼ ସୁବିଧା ଦିଆଯାଉଛି ତାହାକୁ ବନ୍ଦ କରିବାକୁ ସେ କହିଛନ୍ତି। ତେବେ ତାଙ୍କ ମନ୍ତବ୍ୟକୁ ପରିଷଦର ସୁପାରିସ ଭାବେ ଗ୍ରହଣ ନକରିବାକୁ ସେ ସ୍ପଷ୍ଟ କରିଛନ୍ତି। ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଟିକସ ହାର ୧୭ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ପ୍ରଚଳନରେ ଥିବା ଚାରି ଥାକିଆ ଜିଏସ୍‌ଟିର ହାରାହାରି ହାର ତା’ଠାରୁ କମ୍ ଅର୍ଥାତ ୧୧.୫ ପ୍ରତିଶତ ରହିଛି। କେତେକ ସାମଗ୍ରୀ ଉପରେ ଦିଆଯାଉଥିବା ଟିକସ ଛାଡ଼ ସୁବିଧା ଯୋଗୁ ଯେତିକି ଟଙ୍କା ହରାଇବାକୁ ପଡ଼ୁଛି ତାହା ଜିଡିପିର ୫-୫.୫ ପ୍ରତିଶତ ହେବ।

ସମ୍ବନ୍ଧିତ ଖବର