ଲକ୍ଷେ ଚାକିରି ପାଇଁ ୨ କୋଟି ଆବେଦନ

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ଏକ ଲକ୍ଷ ଚାକିରି ପାଇଁ ଆବେଦନ ଆହ୍ଵାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦୁଇ କୋଟିରୁ ଅଧିକ ଆବେଦନପତ୍ର ରେଳବାଇ ପାଖରେ ପହଞ୍ଚିସାରିଲାଣି। ଅନଲାଇନ୍‌ ପଞ୍ଜୀକରଣର ଶେଷ ତାରିଖ ଆହୁରି ପାଞ୍ଚ ଦିନ ବାକି ଥିବାରୁ ଆବେଦନପତ୍ର ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି। ରେଳ ସୁରକ୍ଷା ବଳରେ ଗ୍ରୁପ୍‌ ସିର ୯୦ ହଜାର ପଦବୀ ଓ ଗ୍ରୁପ୍‌ ଡିର ୯୫୦୦ ପଦବୀଙ୍କ ପାଇଁ ଆବେଦନ ଆହ୍ଵାନ କରାଯାଉଛି। କେବଳ ଆସିଷ୍ଟାଣ୍ଟ୍‌ ଲୋକୋ ପାଇଲଟ୍‌ ଓ ଟେକ୍ନିସିଆନ୍‌ ପଦବି ପାଇଁ ୫୦ ହଜାରରୁ ଅଧିକ ଅନଲାଇନ୍‌ ଆବେଦନ ପହଞ୍ଚିଛି। ରେଳବାଇର ଲକ୍ଷେ ଚାକିରି ପାଇଁ ପହଞ୍ଚିଥିବା ଆବେଦନପତ୍ର ସଂଖ୍ୟା ଦିଲ୍ଲୀର ଜନସଂଖ୍ୟାଠାରୁ ଅଧିକ।

ସମ୍ବନ୍ଧିତ ଖବର