ହ୍ୱାଟ୍ସଆପ୍ ୟୁଜର୍ସ ସାବଧାନ! ଗୋଟିଏ ମେସେଜ୍ ଆପଣଙ୍କୁ କାଙ୍ଗାଳ କରିଦେଇପାରେ

ଆଜିକା ସମୟରେ ସୋସିଆଲ ମିଡିଆରେ ଆପ୍ସଗୁଡିକର ବ୍ୟବହାର ଆଶାତୀତ ଭାବେ ବଢିଯାଇଛି । ସବୁ ସୋସିଆଲ ମିଡିଆ ଆପ୍ସମାନଙ୍କ ମଧ୍ୟରେ ସବୁଠୁ ଅଧିକ ଲୋକପ୍ରିୟ ହେଉଛି ହ୍ୱାଟ୍ସଆପ୍ । ଯଦିଓ ଏସବୁ ଜୀବନକୁ ସରଳ କରିଛି ଅନ୍ୟପଟେ ଏହା ଯୋଗୁଁ ସାଇବର କ୍ରାଇମ ବଢି ଚାଲିଛି । ଏପରି ଏକ ସାଇବର କ୍ରାଇମ ସକ୍ରିୟ ହୋଇଉଠିଛି ହ୍ୱାଟ୍ସଆପରେ । ଏହି ହ୍ୱାଟ୍ସଆପ୍ ସ୍କାମର ନାଁ ରହିଛି ‘ଫ୍ରେଣ୍ଡ ଇନ୍ ନିଡ୍’ ସ୍କାମ ।

ହ୍ୱାଟ୍ସଆପରେ ଆପଣଙ୍କ ପାଖକୁ ଗୋଟିଏ ମେସେଜ୍ ଆସିବ ଆଉ ଆପଣଙ୍କୁ କାଙ୍ଗାଳ କରିଦେବ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହ୍ୱାଟ୍ସଆପରେ ଏହି ନୂଆ ଠକେଇ ଟ୍ରିକ୍ ଏବେ ବିଦେଶରେ ଭୟ ସୃଷ୍ଟି କରୁଥିବାବେଳେ ଆମ ଦେଶରେ ଧିରେ ଧିରେ ଏହା ପ୍ରବେଶ କରୁଛି । ଏହି ସ୍କାମରେ ସାଇବର ଫ୍ରଡ୍ ଆପଣଙ୍କ କୌଣସି ବନ୍ଧୁ ବା ପରିଚିତଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟରୁ ମେସେଜ୍ କରିବ । ସେ କୌଣସି ଜାଗାରେ ଫଶିଯାଇଛି, ପାଖରେ ଆବଶ୍ୟକ ଅର୍ଥ ନାହିଁ । ତେଣୁ ଟଙ୍କା ପଠାଇବାକୁ କହିବ । ଏହି ଆଳରେ ଆପଣଙ୍କ ଆକାଉଣ୍ଟର ସବୁ ଡିଟେଲ୍ସ ମାଗିନେବ । ଆପଣ ବି ନିଜ ସାଙ୍ଗ ବା ପରିଚିତ ଭାବି ବିଶ୍ୱାସରେ ସବୁ ତଥ୍ୟ ସେୟାର କରିଦେବେ । ଆଉ କିଛି ସମୟ ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ।

ଆପଣଙ୍କ ପରିଚିତଙ୍କ ଆକାଉଣ୍ଟରୁ କିପରି ଆସେ ମେସେଜ୍?

ଆପଣ ଭାବୁଥିବେ ଆପଣଙ୍କ ପରିଚିତଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟରୁ ଅନ୍ୟ କେହି କିପରି ମେସେଜ୍ କରିପାରିବ । ଏହା ସମ୍ଭବ । ଯଦି ସାଇବର ଠକ ଆପଣଙ୍କ ସାଙ୍ଗର ହ୍ୱାଟ୍ସଆପ୍ ନମ୍ବର କିମ୍ବା ଆକାଉଣ୍ଟ ହ୍ୟାକ୍ କରିନିଏ । ଦ୍ୱିତୀୟରେ ଯଦି ଆପଣଙ୍କ ପରିଚିତଙ୍କ ଫୋନ୍ ଯଦି ହଜିଯାଇଥାଏ ତେବେ ଅତି ସହଜରେ ଆପଣଙ୍କ ପାଖକୁ ସ୍କାମ ଗ୍ଧରଙ୍ଘଗ୍ଧ ମେସେଜ୍ ଆସିବ ।

ତେଣୁ ଏପରି ସାଇବର ଠକେଇରୁ ସତର୍କ ରୁହନ୍ତୁ । ଯଦି ଆପଣଙ୍କ ସାଙ୍ଗ ଆକାଉଣ୍ଟରୁ ଆର୍ଥିକ ସାହାଯ୍ୟ ପାଇଁ କିଛି ଗ୍ଧରଙ୍ଘଗ୍ଧ ମେସେଜ୍ ଆସୁଛି ତେବେ ଆପଣ ମେସେଜରେ ତୁରନ୍ତ ଉ୍ତ୍ତର ନଦେଇ ସାଙ୍ଗ ନମ୍ବରରେ ଫୋନ୍ କରନ୍ତୁ । ଆଉ ଏହି ମେସେଜ୍ ତାଙ୍କର କି ନୁହେଁ ନିଶ୍ଚିତ ହୁଅନ୍ତୁ । ୟୁକେ ନ୍ୟାସନାଲ ଷ୍ଟାଣ୍ଡାର୍ଡସ୍ ସର୍ଭେ ମୁତାବକ, ଏଠାରେ ୫୯% ଲୋକ ଏହି ଠକେଇର ଶିକାର ହୋଇସାରିଲେଣି । ତେଣୁ ଆପଣ ମଧ୍ୟ ସମୟ ଥାଉଁଣୁ ସତର୍କ ରୁହନ୍ତୁ ।

ସମ୍ବନ୍ଧିତ ଖବର