ନୂଆଦିଲ୍ଲୀ : ୱାନ୍ପ୍ଲସ୍ ଏହାର ପ୍ରିମିୟମ୍ ଫ୍ଲାଗ୍ସିପ୍ ଡିଭାଇସ୍ ’ୱାନ୍ପ୍ଲସ୍୬’ର ବଜାର ପ୍ରବେଶ ଘୋଷଣା କରିଛି। ୱାନ୍ପ୍ଲସ୍ର ଫ୍ଲାଗ୍ସିପ୍ ଅଲ୍-ଗ୍ଲାସ୍ ଡିଜାଇନ୍ ବୈଶିଷ୍ଟ୍ୟ ଆଧାରରେ ପ୍ରସ୍ତୁତ ୱାନ୍ପ୍ଲସ୍ ୬ ବର୍ତ୍ତମାନ ସୁଦ୍ଧା କମ୍ପାନିର ସବୁଠାରୁ ଆକର୍ଷଣୀୟ ହ୍ୟାଣ୍ଡସେଟ୍ ।
୬.୨୮ ଇଞ୍ଚର ଫୁଲ୍ ଅପ୍ଟିକ୍ ଆମୋଲେଡ୍ ୧୯.୯ ଡିସ୍ପ୍ଲେ ସହ ଆସୁଥିବା ୱାନ୍ପ୍ଲସ୍ର ସର୍ବବୃହତ୍ ସ୍କ୍ରିନ୍ଯୁକ୍ତ ୱାନ୍ପ୍ଲସ୍ ୬ ବ୍ୟାପକ ଭିୟୁଇଙ୍ଗ୍ ଅଭିଜ୍ଞତା ପ୍ରଦାନ କରିଥାଏ ଏବଂ ଏଥିରେ ୱାନ୍ପ୍ଲସ୍ ୫ଟି ଭଳି ସମାନ ଫର୍ମ ଫ୍ୟାକ୍ଟର ରହିଛି। କ୍ୱାଲ୍କମ୍ର ନୂଆ ଟେକ୍ନୋଲୋଜି ଏବଂ ୱାନ୍ପ୍ଲସ୍ର ଇଂଜିନିୟରିଂ ସହ ଆସିଥିବା ୱାନ୍ପ୍ଲସ୍ ୬ ବର୍ତ୍ତମାନ ସୁଦ୍ଧା କମ୍ପାନିର ସବୁଠାରୁ ଦ୍ରୁତତମ ହ୍ୟାଣ୍ଡସେଟ୍ । ୱାନ୍ପ୍ଲସ୍ ୬ରେ ୮ଜିବି ପଯ୍ୟର୍ନ୍ତ ଏଲ୍ପିଡିଡିଆର୍୪ଏକ୍ସ ର୍ୟାମ୍ ରହିଛି, ଯାହାକି ଏକ ସମୟରେ ଅନେକଗୁଡ଼ିଏ ଆପ୍କୁ ନିରବଚ୍ଛିନ୍ନ ଭାବେ ଚାଲିବାରେ ସହାୟତା କରିଥାଏ। ଏଥିରେ ୧୬ ମେଗାପିକ୍ସେଲ୍ ମେନ୍ କ୍ୟାମେରା ସହ ୨୦ ମେଗାପିକ୍ସେଲ୍ର ସେକେଣ୍ଡାରୀ କ୍ୟାମେରା ରହିଛି, ଯାହାକି ଉପଭୋକ୍ତାଙ୍କୁ ସର୍ବୋତ୍ତମ ଫଟୋ ନେବାରେ ସହାୟକ ହେବ । ୱାନ୍ପ୍ଲସ୍ ୬ ଆସନ୍ତା ୨୧ ମଧ୍ୟାହ୍ନ ୧୦ଟାରୁ ଆମାଜନ୍, ୱାନ୍ପ୍ଲସ୍.ଇନ୍ ଏବଂ ବାଙ୍ଗାଲୋରରେ ଥିବା ୱାନ୍ପ୍ଲସ୍ ଏକ୍ସପେରିଏନ୍ସ ଷ୍ଟୋରରେ ଆର୍ଲି ଆକ୍ସେସ୍ ସେଲ୍ ହେବ। ମେ’ ୨୨ରୁ ଏହା ସମସ୍ତ ଚ୍ୟାନେଲରେ ଓପନ୍ ସେଲ୍ ଆରମ୍ଭ ହେବ। ମିରର୍ ବ୍ଲାକ୍ ଏବଂ ମିଡନାଇଟ୍ ବ୍ଲାକ୍ ଭଳି ରଙ୍ଗରେ ଉପଲବ୍ଧ ହେବାକୁ ଥିବା ଏହି ସ୍ମାର୍ଟଫୋନ୍ ୬ଜିବି ର୍ୟାମ୍+୬୪ଜିବି ଷ୍ଟୋରେଜ୍ ଏବଂ ୮ଜିବି ର୍ୟାମ୍+୧୨୮ଜିବି ଷ୍ଟୋରେଜ୍ ବିକଳ୍ପରେ ଉପଲବ୍ଧ ହେବ। ଏହାର ମୂଲ୍ୟ ଯଥାକ୍ରମେ ୩୪,୯୯୯ ଟଙ୍କା ଏବଂ ୩୯୯୯୯ ଟଙ୍କା ରହିଛି। ୱାନ୍ପ୍ଲସ୍ ୬ ମାର୍ଭେଲ୍ ଆଭେଞ୍ଜର୍ ଲିମିଟେଡ୍ ଏଡିସନ୍ ୮ଜିବି ର୍ୟାମ୍ ଓ ୨୫୬ ଜିବି ଷ୍ଟୋରେଜ୍ରେ ଉପଲବ୍ଧ ହେବ ଏବଂ ଏହା ମେ’ ୨୯ରୁ ୪୪,୯୯୯ ଟଙ୍କାରେ ବିକ୍ରୟ ହେବ।
୨୧ ତାରିଖରେ ଭାରତରେ ଲଞ୍ଚ ହେବ ‘ୱାନ୍ପ୍ଲସ୍ ୬’
/sambad/media/post_attachments/wp-content/uploads/2018/05/one.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)