ନୂଆଦିଲ୍ଲୀ: ଢିଲା ପ୍ରଶାସନିକ ବ୍ୟବସ୍ଥା ଯୋଗୁ ବାରମ୍ବାର ଠକେଇର ଶିକାର ହେଉଥିବା ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶ ବ୍ୟାଙ୍କ ମୁଖିଆ ବିହୀନ ରହିିଛି। ଦେଶରେ ଥିବା ୨୧ଟି ସରକାରୀ ବ୍ୟାଙ୍କ ମଧ୍ୟରୁ ୭ଟି ବ୍ୟାଙ୍କରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ଫାଙ୍କା ପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କମିଟି ଯୋଗ୍ୟ ପ୍ରାର୍ଥୀ ସନ୍ଧାନ କରିପାରୁ ନଥିବାରୁ ଏହିସବୁ ବ୍ୟାଙ୍କ ମୁଖିଆ ବିହୀନ ରହିଛି।
ଆନ୍ଧ୍ର ବ୍ୟାଙ୍କ, ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ, ଦେନା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, କାନାରା ବ୍ୟାଙ୍କ ଓ ସେଣ୍ଟ୍ରାଲ୍ ବ୍ୟାଙ୍କରେ ସିଇଓ ପଦବି ଦୀର୍ଘଦିନ ହେଲାଣି ପୂରଣ ହୋଇପାରୁନାହିଁ। ଦେନା ବ୍ୟାଙ୍କ, ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଓ ଆନ୍ଧ୍ର ବ୍ୟାଙ୍କରେ ସିଇଓ ପଦ ଚଳିତ ବର୍ଷ ଜାନୁଆରିରୁ ଫାଙ୍କା ପଡ଼ିଛି। ନିରବ ମୋଦୀ ଦୁର୍ନୀତି ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ଆହ୍ଲାବାଦ ବ୍ୟାଙ୍କର ସିଇଓ ଉଷା ଅନନ୍ତସୁବ୍ରମଣିଅନ୍ଙ୍କଠାରୁ ଦାୟିତବ କାଢ଼ି ନିଆଯାଇଥିଲା। ସେହିପରି ଏକ ରିଅଲ ଇଷ୍ଟେଟ୍ ସଂସ୍ଥାକୁ ବେଆଇନ ଭାବେ ଋଣ ପ୍ରଦାନ କରାଯାଇଥିବାରୁ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ସିଇଓ ଆର୍ ମରାଠେଙ୍କ ଚାକିରି ଚାଲିଯାଇଥିଲା। ତାଙ୍କୁ ଗିରଫ କରାଯାଇଥିଲା ଓ ପରେ ଜାମିନ ମିଳିଥିଲା। ଚଳିତ ମାସରେ ବ୍ୟାଙ୍କ ଅଫ୍ ବରୋଦାର ସିଇଓ ପି ଏସ୍ ଜୟକୁମାରଙ୍କ କାର୍ଯ୍ୟକାଳ ଶେଷ ହେବ। କିନ୍ତୁ ତାଙ୍କର କାର୍ଯ୍ୟକାଳକୁ ବଢ଼ାଇବା ଉପରେ ସରକାର ବିଚାର କରୁଥିବା ଜଣାପଡ଼ିଛି। ଚଳିତ ମାସ ଶେଷ ସୁଦ୍ଧା ମୁଖିଆ ବିହୀନ ବ୍ୟାଙ୍କ ସଂଖ୍ୟା ୧୦ରେ ପହଞ୍ଚିଯିବ।ବ୍ୟାଙ୍କରେ ଖାଲି ପଡ଼ିଥିବା ଗୁରୁତ୍ୱପୂର୍ଣ୍ଣ ପଦପଦବିଗୁଡ଼ିକ ମାସକ ଭିତରେ ପୂରଣ କରାଯିବ ବୋଲି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଶ୍ୱାସନା ଦେଇଛନ୍ତି।
ଏକ ତୃତୀୟାଂଶ ସରକାରୀ ବ୍ୟାଙ୍କରେ ନାହାନ୍ତି ମୁଖିଆ
/sambad/media/post_attachments/wp-content/uploads/2018/08/bank-building-260nw-574713295.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)