ଜିଓ ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ଏକ ବର୍ଷ ମାଗଣା ଡିସ୍ନି ପ୍ଳସ୍ ଓ ହଟ୍ଷ୍ଟାର୍ ଭିଆଇପି ସବ୍ସ୍କ୍ରିପ୍ସନ୍ ସୁଯୋଗ
ଭୁବନେଶ୍ୱର: ଅଗ୍ରଣୀ ଟେଲିକମ୍ ଓ ଡିଜିଟାଲ୍ ସେବାପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ଲୋକପ୍ରିୟ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ ଡିସ୍ନି ପ୍ଳସ୍ ଓ ହଟ୍ଷ୍ଟାର୍ର ଏକ ବର୍ଷ ଭିଆଇପି ସବ୍ସ୍କ୍ରିପ୍ସନ୍ ମାଗଣା ହାସଲ ସୁଯୋଗ ପ୍ରଦାନ କରାଯାଉଛି । ଡିସ୍ନି ପ୍ଳସ୍ ଓ ହଟ୍ଷ୍ଟାର୍ ଭିଆଇପି ସେବାରେ ହଟ୍ଷ୍ଟାର ସ୍ପେସାଲ୍ ସହିତ ଲାଇଭ୍ ଖେଳ, ବଲିଉଡ୍ ଚଳଚ୍ଚିତ୍ର, ସୁପର୍ହିରୋ ସିନେମା ଏବଂ ଆହୁରି ଅନେକ କିଛି ଉପଲବ୍ଧ ହେଉଛି । କମ୍ପାନୀ ପକ୍ଷରୁ ୱେବ୍ସାଇଟ୍ Jio.com ରେ ଦିଆଯାଇଥିବା ସୂଚନା ଅନୁସାରେ ୪୦୧ ଟଙ୍କାରୁ ଆରମ୍ଭ ହେଉଥିବା ପ୍ଲାନ୍ ବ୍ୟବହାର କରୁଥିବା ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ପ୍ଲାନରେ ରହିଥିବା ସମସ୍ତ ସୁବିଧା ସହିତ ୩୯୯ ଟଙ୍କା ମୂଲ୍ୟର ଡିସ୍ନି ପ୍ଳସ୍ ଓ ହଟ୍ଷ୍ଟାର୍ ଭିଆଇପି ସେବାର ବାର୍ଷିକ ସବ୍ସ୍କ୍ରିପ୍ସନ୍ ମାଗଣାରେ ଉପଲବ୍ଧ ହେବ । କେତେକ ନିର୍ଦ୍ଦିଷ୍ଟ ମାସିକ ପ୍ଲାନ, ବାର୍ଷିକ ପ୍ଲାନ ଏବଂ ଆଡ୍-ଅନ୍ ଡାଟା ପ୍ୟାକ୍ ରିଚାର୍ଜ କରୁଥିବା ଜିଓ ପ୍ରିପେଡ୍ ଗ୍ରାହକମାନେ ଏହି ସ୍ୱତନ୍ତ୍ର ଅଫରର ଲାଭ ନେଇପାରିବେ । ଏହି ଅଫର ଉପଲବ୍ଧ ହେଉଥିବା ୪୦୧ ଟଙ୍କାର ମାସିକ ପ୍ଲାନରେ ୯୦ ଜିବି ହାଇସ୍ପିଡ୍ ୪ଜି ଡାଟା, ଜିଓରୁ ଜିଓ ଅସୀମିତ ଭଏସ୍ କଲ, ୧୦୦୦ ଅଣଜିଓ କଲିଂ ମିନିଟ୍ ସାଙ୍ଗକୁ ସମସ୍ତ ପ୍ରିମିୟମ ଜିଓ ଆପ୍ସ୍ ସମୂହ ୨୮ ଦିନ ପାଇଁ ଉପଲବ୍ଧ ହେଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ଲାନ ରିଚାର୍ଜ କରୁଥିବା ଜିଓ ପ୍ରିପେଡ୍ ଉପଭୋକ୍ତାଙ୍କୁ ମାଗଣାରେ ୩୯୯ ଟଙ୍କା ମୂଲ୍ୟର ଡିସ୍ନି ପ୍ଳସ୍ ଓ ହଟ୍ଷ୍ଟାର୍ ଭିଆଇପି ବାର୍ଷିକ ସବ୍ସ୍କ୍ରିପ୍ସନ୍ର ଲାଭ ମିଳିବ । ସେହିଭଳି ୨୫୯୯ଟଙ୍କାର ବାର୍ଷିକ ପ୍ଲାନରେ ୩୬୫ ଦିନ ପାଇଁ ୭୪୦ ଜିବି ହାଇସ୍ପିଡ୍ ଡାଟା ସହିତ ଅସୀମିତ ଜିଓରୁ ଜିଓ ଭଏସ୍ କଲିଂ, ୧୨୦୦୦ ଅଣଜିଓ କଲିଂ ମିନିଟ୍ ଏବଂ ସମସ୍ତ ପ୍ରିମିୟମ ଜିଓ ଆପ୍ ସମୂହର ବ୍ୟବହାର ସୁବିଧା ଉପଲବ୍ଧ ରହିଛି । ଏଥି ସହିତ ଏକ ବର୍ଷ ପାଇଁ ଡିସ୍ନି ପ୍ଳସ୍ ଓ ହଟ୍ଷ୍ଟାର୍ ଭିଆଇପି ସବ୍ସ୍କ୍ରିପ୍ସନ୍ର ଲାଭ ମିଳିବ । ଏହା ବ୍ୟତୀତ ୬୧୨ ଟଙ୍କା ଏବଂ ୧୨୦୮ ଟଙ୍କା ମୂଲ୍ୟର ଆଡ୍ ଅନ୍ ଡାଟା ଭାଉଚର କମ୍ବୋ ପ୍ୟାକ୍ ରିଚାର୍ଜରେ ମଧ୍ୟ ଏକ ବର୍ଷ ପାଇଁ ଡିସ୍ନି ପ୍ଳସ୍ ଓ ହଟ୍ଷ୍ଟାର୍ ଭିଆଇପି ସବ୍ସ୍କ୍ରିପ୍ସନ୍ର ଲାଭ ମିଳିବ ।
ସୂଚନାଯୋଗ୍ୟ ଯେ, ଡିସ୍ନି ପ୍ଳସ୍ ଓ ହଟ୍ଷ୍ଟାର୍ ଭିଆଇପି ସେବାରେ ବାଗୀ ଥ୍ରୀ, ଅଂଗ୍ରେଜୀ ମିଡିୟମ୍, ତାହ୍ନାଜୀ ଭଳି ଅନେକ ନୂଆ ବ୍ଲକ୍ବଷ୍ଟର୍ ବଲିଉଡ ସିନେମା ସାଙ୍ଗକୁ ବିଶ୍ୱର ଲୋକପ୍ରିୟ ଚଳଚ୍ଚିତ୍ର, ଆଭେଂଜର୍ସ ଏଣ୍ଡ ଗେମ୍ ଭଳି ସୁପର ହିରୋ ସିନେମା, ଲାୟନ କିଙ୍ଗ ଓ ଫ୍ରୋଜନ -୨ ଭଳି ଆନିମେସନ ଫିଲ୍ମ ତଥା ହଟଷ୍ଟାର ସ୍ୱତନ୍ତ୍ର କଣ୍ଟେଣ୍ଟ, ଲାଇଭ ଖେଳ ଇତ୍ୟାଦି ଉପଲବ୍ଧ ହେଉଛି ।