ଆମାଜନରେ ଆରମ୍ଭ ହେଲା ୱାନପ୍ଲସ୍ ୮ ଏବଂ ୱାନପ୍ଲସ୍ ୮ପ୍ରୋର ପ୍ରି-ଅର୍ଡର ବୁକିଂ

ନୂଆଦିଲ୍ଲୀ: ଏପ୍ରିଲ୍ ୨୯ରୁ ଭାରତରେ ୱାନପ୍ଲସର ଲାଟେଷ୍ଟ ମଡେଲ ସ୍ମାର୍ଟଫୋନ ‘ୱାନପ୍ଲସ୍ ୮’ ଏବଂ ‘ୱାନପ୍ଲସ୍ ୮ପ୍ରୋ’ ର ଆଜିଠାରୁ ପ୍ରି-ଅର୍ଡର ବୁକିଂ ଆରମ୍ଭ ହୋଇଯାଇଛି | କିଣିବାକୁ ଆଗ୍ରହୀ ଥିବା ଗ୍ରାହକ ଆମାଜନ.ଇନ୍ ମାଧ୍ୟମରେ ଅନ୍ଲାଇନରେ ଡିଭାଇସକୁ ପ୍ରି-ବୁକ୍ କରିପାରିବେ | ଏହା ସହ ୧୦୦୦ଟଙ୍କା ଉପହାର କାର୍ଡ ସହ ଆମାଜନ ପେ ବାଲାନ୍ସ ଭାବରେ ଅତିରିକ୍ତ ୧୦୦୦ ଟଙ୍କା ପାଇପାରିବେ |

କମ୍ପାନି ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ପ୍ରି-ବୁକିଂ ତାରିଖ ଘୋଷଣା କରିଥିଲା। ଏପ୍ରିଲ ୨୯ ମଧ୍ୟରାତ୍ରରୁ ପ୍ରି-ଅର୍ଡର ଆରମ୍ଭ ହୋଇଥିବା ବେଳେ ଟ୍ୱିଟ୍‌ରେ ଫୋନର ପ୍ରି-ଅର୍ଡର ପାଇଁ ଏକ “ପୁରସ୍କାର” ବିଷୟରେ ମଧ୍ୟ କମ୍ପାନି ଉଲ୍ଲେଖ କରିଛି | ଅର୍ଥାତ୍ ଗ୍ରାହକମାନେ ଫୋନଟିକୁ ପ୍ରି-ବୁକିଂ କରିବା ପରେ କିଛି ଅଫର ପାଇଁ ଯୋଗ୍ୟ ବିବେଚିତ ହେବେ। ଭାନିଲା ‘ୱାନପ୍ଲସ ୮’ (୬ଜିବି + ୧୨୮ଜିବି) ଫୋନର ମୂଲ୍ୟ ୪୧,୯୯୯ ଟଙ୍କା ଥିବା ବେଳେ (୮ଜିବି + ୧୨୮ଜିବି) ଥିବା ଫୋନର ମୂଲ୍ୟ ୪୪,୯୯୯ ଟଙ୍କା ହେବ। ଟପ୍-ସ୍ପେକ୍ ମଡେଲ୍ ଦେଶରେ ୪୯,୯୯୯ ଟଙ୍କାରେ ବିକ୍ରି ହେବ |

ଅନ୍ୟପକ୍ଷରେ, ‘ୱାନପ୍ଲସ ୮ପ୍ରୋ’ ର (୮ଜିବି + ୧୨୮ଜିବି) ଥିବା ଫୋନର ମୂଲ୍ୟ ୫୪,୯୯୯ ଟଙ୍କା ରଖାଯାଇଥିବା ବେଳେ (୧୨ଜିବି + ୨୫୬ଜିବି) ଥିବା ଫୋନର ମୂଲ୍ୟ ୫୯,୯୯୯ ଟଙ୍କା ରହିଛି। ୱାନପ୍ଲସ ୮ପ୍ରୋ ସ୍ପୋର୍ଟସ୍ ଆଇପି୬୮ ଧୂଳି ଏବଂ ଜଳ ପ୍ରତିରୋଧକ ଅଟେ | ଏହି ଦୁଇଟି ଫୋନ ଅନ୍ୟ କମ୍ପାନିର ଫୋନ୍କୁ ଟକ୍କର ଦେବା ବୋଲି କମ୍ପାନି ଆଶା ପ୍ରକଟ କରିଛି |

ସମ୍ବନ୍ଧିତ ଖବର