ୱାନ୍‌ପ୍ଲସ୍‌ର ନୂଆ ସ୍ମାର୍ଟଫୋନ୍ ନର୍ଡ ୨

ଭୁବନେଶ୍ବର: ଆଜି ସହିଦନଗର ସ୍ଥିତ ଏସ୍‌ଏ ଇନ୍‌ଫୋସିସ୍‌ରେ ୱାନ୍‌ପ୍ଲସ୍‌ର ନୂଆ ନର୍ଡ ୨ ସ୍ମାର୍ଟଫୋନ୍‌କୁ ଉନ୍ମୋଚନ କରାଯାଇଛି। ଏହାର ଦାମ୍ ୨୭ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଟପ୍‌ ମଡେଲ୍‌ର ଦାମ୍ ୩୪ ହଜାର ୯୯୯ ଟଙ୍କା ରହିଛି। ବିଭିନ୍ନ ରଙ୍ଗ ଓ ଭାରିଆଣ୍ଟ୍‌ରେ ଏହା ବଜାରରେ ଉପଲବ୍ଧ ହୋଇଛି। ଏଥିରେ ଡୁଆଲ୍ ସିମ୍, ଫ୍ଲୁଇଡ୍‌ ଆମୋଏଲ୍‌ଇଡି ଡିସ୍‌ପ୍ଲେ, ୬.୪୩ ଇଞ୍ଚ୍‌ର ସ୍କ୍ରିନ୍, ଆଣ୍ଡ୍ରଏଡ୍‌ ୧୧ ଅପରେଟିଂ ସିଷ୍ଟମ୍, ୫୦ ଏମ୍‌ପି ଟ୍ରିପଲ୍ କ୍ୟାମେରା, ସେଲ୍‌ଫି ପାଇଁ ୩୨ ଏମ୍‌ପି କ୍ୟାମେରା, ଫିଙ୍ଗରପ୍ରିଣ୍ଟ୍‌ ସେନ୍‌ସେର୍‌ ଓ ୪୫୦୦ ଏମ୍‌ଏଏଚ୍‌ ବ୍ୟାଟେରି ଭଳି ଅନେକ ସୁବିଧା ରହିଛି।

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏହି ଫୋନ୍ କିଣିଲେ ୧୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍ ଓ ୩ କିମ୍ବା ୬ ମାସର ନୋ କଷ୍ଟ୍ ଇଏମ୍‌ଆଇ ସୁବିଧା ମିଳିବ। ଏହି ଅବସରରେ ୱାନ୍‌ପ୍ଲସ୍‌ର ଆର୍‌ଏସ୍‌ଏମ୍ ବାଣି ବାରିକ, ସହର ପ୍ରବନ୍ଧକ ଭାଗିରଥୀ ସାହୁ, ବିରତକ ପ୍ରବନ୍ଧକ ପୀୟୂଷ କୁମାର ଓ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର