କୁର୍ଣ୍ଣୁଲ : ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ପିଆଜ ଓ ଟମାଟୋ କିଲୋ ଅତ୍ୟଧିକ ହ୍ରାସ ଯୋଗୁଁ ଚାଷୀଙ୍କ ସମସ୍ୟା ବଢିଯାଇଛି । ଏପରିକି ହୋଲସେଲ ବଜାରରେ ପିଆଜ କିଲୋଗ୍ରାମ ପିଛା ୩ ଟଙ୍କାକୁ ହ୍ରାସ ପାଇଥିଲେ ବି ବେପାରୀମାନେ ପିଆଜ ଉଠାଉନାହାନ୍ତି ।
ସୂଚନା ଅନୁସାରେ କୁର୍ଣ୍ଣୁଲର ପ୍ରମୁଖ ହୋଲସେଲ ବଜାର ପଥିକୋଣ୍ଡାରେ ପିଆଜ କ୍ବିଣ୍ଟାଲ ପିଛା ୩୦୦ ଟଙ୍କାକୁ ହ୍ରାସ ପାଇଛି ଯାହାକି ଗତ ମାସରେ ୨୦୦୦ ଟଙ୍କା ଥିଲା । ପୁଣି ବଜାରକୁ ପ୍ରତିଦିନ ପ୍ରାୟ ୧୦୦୦ କ୍ବିଣ୍ଟାଲ ପିଆଜ ଆସୁଥିବାବେଳେ ଦର ଆଗକୁ ଆହୁରି କମିବା ଆଶଙ୍କା କରାଯାଉଛି । କାରଣ ବେପାରିମାନେ ଅଧିକ ପିଆଜ ଉଠାଉନାହାନ୍ତି ।
କୁର୍ଣ୍ଣୁଲର ପ୍ରମୁଖ ହୋଲସେଲ ବଜାର ପଥିକୋଣ୍ଡାରେ ପିଆଜ କ୍ବିଣ୍ଟାଲ ପିଛା ୩୦୦ ଟଙ୍କାକୁ ହ୍ରାସ ପାଇଛି ଯାହାକି ଗତ ମାସରେ ୨୦୦୦ ଟଙ୍କା ଥିଲା । ପୁଣି ବଜାରକୁ ପ୍ରତିଦିନ ପ୍ରାୟ ୧୦୦୦ କ୍ବିଣ୍ଟାଲ ପିଆଜ ଆସୁଥିବାବେଳେ ଦର ଆଗକୁ ଆହୁରି କମିବା ଆଶଙ୍କା କରାଯାଉଛି । କାରଣ ବେପାରିମାନେ ଅଧିକ ପିଆଜ ଉଠାଉନାହାନ୍ତି ।
ଗତ ବର୍ଷ ପିଆଜର ହୋଲସେଲ ମୂଲ୍ୟ କ୍ବିଣ୍ଟାଲ ପିଛା ୬୦୦୦ ଟଙ୍କା ଥିଲା । ଫଳରେ ଚାଷୀମାନେ ଲାଭବାନ ହୋଇଥିଲେ । କିନ୍ତୁ ଏବର୍ଷ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭଲ ଫସଲ ହୋଇଛି । ଏହା ଫଳରେ ପିଆଜର ମୂଲ୍ୟ ହ୍ରାସ ପାଇଛି ।
କେବଳ ପିଆଜ ନୁହେଁ, ଟମାଟୋର ମୂଲ୍ୟ ମଧ୍ୟ କିଲୋ ପିଛା ୫ରୁ ୮ଟଙ୍କାକୁ ହ୍ରାସ ପାଇଛି । ଏହା ଦ୍ବାରା ଟମୋଟୋ ଚାଷୀମାନେ ସମସ୍ୟାରେ ପଡ଼ିଯାଇଛନ୍ତି । ଟମାଟୋ ଏବଂ ପିଆଜର ମୂଲ୍ୟ ଏତେ ହ୍ରାସ ପାଇଛି ଯେ ଚାଷ ସେମାନଙ୍କ ପାଇଁ କ୍ଷତିକାରକ ହୋଇଗଲାଣି। ଅନେକ ଚାଷୀ ବଜାରରେ ସଠିକ୍ ମୂଲ୍ୟ ନ ପାଇବାରୁ ସେମାନଙ୍କର ଫସଲ ପରିତ୍ୟାଗ କରିବାକୁ କିମ୍ବା ରାସ୍ତା କଡ଼ରେ ଫିଙ୍ଗି ଦେବାକୁ ବାଧ୍ୟ ହୋଇଛନ୍ତି। ଏହା ସେମାନଙ୍କର କଠିନ ପରିଶ୍ରମ ଏବଂ ଖର୍ଚ୍ଚ ଉଭୟର କ୍ଷତି କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/15/new-project-30-2025-09-15-18-18-56.jpg)