ବଢିଚାଲିଛି ପିଆଜ ଦର, ରାଜ୍ୟମାନଙ୍କୁ ପିଆଜ ଯୋଗାଣ ବଢାଇଲା କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ ଗତ କିଛି ସପ୍ତାହ ହେଲା ପିଆଜର ମୂଲ୍ୟ ବୃଦ୍ଧି ହୋଇଚାଲିଛି । ଏହାକୁ ନେଇ ସାଧାରଣ ଖାଉଟିଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ଅଛନ୍ତି । ଦରକୁ ନିୟନ୍ତ୍ରଣ କରିବାକୁ ସରକାର ବଫର ଷ୍ଟକ ( ଜରୁରୀ ଭଣ୍ଡାର)ରୁ ପିଆଜ ବିଭିନ୍ନ ରାଜ୍ୟମାନଙ୍କୁ ପଠାଇବା ଆରମ୍ଭ କରିଛନ୍ତି । ରାଜ୍ୟମାନଙ୍କୁ କିଲୋଗ୍ରାମ ପିଛା ୨୧ ଟଙ୍କାରେ ପିଆଜ ଯୋଗାଇ ଦିଆଯାଉଛି । ସେହିପରି ମଦର୍ସ ଡାଇରୀର ସଫଲ ଆଉଟଲେଟ ମାଧ୍ୟମରେ ୨୬ ଟଙ୍କାରେ ପିଆଜ ଦିଆଯାଉଛି ।

ଏହା ଛଡ଼ା ମହାରାଷ୍ଟ୍ରର ଲସଲଗାଁଓ ଓ ପିମ୍ପଲଗାଁଓରୁ ବିଭିନ୍ନ ରାଜ୍ୟକୁ ପିଆଜ ଯୋଗାଣ ବୃଦ୍ଧି କରାଯାଉଛି । ଏହା ଫଳରେ ଆଗାମୀ କିଛି ଦିନରେ ଦର କମିବା ଆଶା କରାଯାଉଛି । ଦିଲ୍ଲୀ ଓ ଚେନ୍ନାଇରେ ଏବେ ପିଆଜ ଦର କିଲୋ ପିଛା ୩୭ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ପିଆଜ ଦର କିଲୋ ପିଛା ୩୯ ଟଙ୍କାରେ ଓ କୋଲକାତାରେ ୪୩ ଟଙ୍କାରେ ବିକ୍ରି ହେଉଛି ।

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ଅନୁସାରେ ୨୦୨୧-୨୨ରେ ଦେଶରେ ପିଆଜ ଦରରେ ବିଶେଷ ଅସ୍ଥିରତା ଦେଖାଯାଇନାହିଁ । ଆସନ୍ତା ମାର୍ଚ୍ଚ ସୁଦ୍ଧା ପିଆଜର ରବି (ଶୀତକାଳୀନ ) ଫସଲ ଆସିବା ପରେ ବଜାରରେ ଯୋଗାଣ ଯଥେଷ୍ଟ ବୃଦ୍ଧି ପାଇବ । ଏହା ଫଳରେ ଦର ହ୍ରାସ ପାଇବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର