ଫ୍ଲିପ୍‌କାର୍ଟ, ଆମାଜନ୍‌, ପେଟିଏମ୍‌ରେ ସେଲ୍‌

ନୂଆଦିଲ୍ଲୀ: ଦେଶର ତିନି ପ୍ରମୁଖ ଇ-କମର୍ସ ସଂସ୍ଥା ଆମାଜନ୍‌, ଫ୍ଲିପ୍‌କାର୍ଟ ଓ ପେଟିଏମ୍‌ରେ ସେଲ୍‌ ଆରମ୍ଭ ହେବାକୁ ଯାଉଛି। ଏହି ସବୁ ସଂସ୍ଥା ପକ୍ଷରୁ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ଡିଲ୍‌ ପ୍ରଦାନ କରାଯିବ। ଆମାଜନ୍‌ର ଫ୍ରିଡମ୍‌ ସେଲ୍‌ ଅଗଷ୍ଟ ୯-୧୨ ପର୍ଯ୍ୟନ୍ତ ଚାଲିବ। ପେଟିଏମ୍‌ର ‘ଫ୍ରିଡମ୍‌ କ୍ୟାସ୍‌ବ୍ୟାକ୍‌ ସେଲ୍‌ ଚଳିତ ମାସ ୮ରୁ ୧୫ ପର୍ଯ୍ୟନ୍ତ ଚାଲିବ। ସେହିପରି ଫ୍ଲିପ୍‌କାର୍ଟର ଦି ବିଗ୍‌ ଫ୍ରିଡମ୍‌ ସେଲ୍‌ ଅଗଷ୍ଟ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏସବୁ ସେଲ୍‌ରେ କିଭଳି ଭଲ ଡିଲ୍‌ ପାଇବେ ସେଥିପାଇଁ କେତେକ ସୂଚନା ଏଠାରେ ପ୍ରଦାନ କରାଯାଇଛି। ତାହାକୁ ଅନୁସରଣ କଲେ ଭଲ ଡିଲ୍‌ ମିଳିବା ସହଜ ହେବ।

କିଭଳି ପାଇବେ ଭଲ ଡିଲ୍‌
ସବୁ ସଂସ୍ଥାର ମୋବାଇଲ୍‌ ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ। େଓ୍ଵବସାଇଟ୍‌ ତୁଳନାରେ ଆପ୍‌ରେ ଭଲ୍‌ ଡିଲ୍‌ ରହିଥାଏ।
ଶୀଘ୍ର କିଣିବା ପାଇଁ ଡେବିଟ୍‌/କ୍ରେଡିଟ୍‌ କାର୍ଡର ବିବରଣୀ ସଂରକ୍ଷିତ ରଖନ୍ତୁ
ଡେଲିଭରି ଠିକଣାକୁ ଅପ୍‌ଡେଟ୍‌ ରଖନ୍ତୁ
ନିଜର ଆକାଉଣ୍ଟ୍‌କୁ ଲଗ୍‌ ଇନ୍‌ କରି ରଖନ୍ତୁ। ଫଳରେ କ୍ଷଣସ୍ଥାୟୀ ଆକର୍ଷଣୀୟ ଡିଲ୍‌କୁ ପାଇବା ସହଜ ହେବ।
ଲାଇଟିନିଂ, ପ୍ରାଇସ୍‌ କ୍ରାସ୍‌ ଓ ରସ୍‌ ଆଓ୍ଵାର୍‌ ଭଳି ସ୍ୱତନ୍ତ୍ର ଡିଲ୍‌ ପାଇଁ ପଞ୍ଜୀକରଣ କରନ୍ତୁ।
କେଉଁ ସବୁ ଜିନିଷ କିଣିବାକୁ ଚାହୁଁଛନ୍ତି ତାହାକୁ ‘ଓ୍ଵିସ୍‌ ଲିଷ୍ଟ୍‍’ରେ ରଖନ୍ତୁ।
ଅନଲାଇନ୍‌ରେ ମିଳୁଥିବା ଡିସ୍‌କାଉଣ୍ଟ୍‌ କୁପନ୍‌ ସଂଗ୍ରହ କରନ୍ତୁ।
କୌଣସି ଡିଲ୍‌ ଲାଇଭ୍‌ ହେବା ପୂର୍ବରୁ ତା’ ଉପରେ ନଜର ରଖନ୍ତୁ।
ଶ୍ରେଷ୍ଠ ଡିଲ୍‌ ଓ ଉତ୍ପାଦ ମଧ୍ୟରେ ତୁଳନାତ୍ମକ ଚିତ୍ର ହାସଲ କରିବା ପାଇଁ ଆମାଜନ୍‌ ଆସିଷ୍ଟାଣ୍ଟ୍‌ ବ୍ୟବହାର କରନ୍ତୁ।

ସମ୍ବନ୍ଧିତ ଖବର